Friday, September 25, 2026
ADVERTISEMENT
Home ଜାତୀୟ ସୁପରଷ୍ଟାର ରଜନୀକାନ୍ତ ଡାକ୍ତରଖାନାରୁ ଡିସଚାର୍ଜ ହେଲେ

ସୁପରଷ୍ଟାର ରଜନୀକାନ୍ତ ଡାକ୍ତରଖାନାରୁ ଡିସଚାର୍ଜ ହେଲେ

401
ADVERTISEMENT

ହାଇଦ୍ରାବାଦ,୨୭/୧୨(ଡ଼ି.ଏଚ/ବ୍ୟୁରୋ) : ଦୁଇ ଦିନ ଡାକ୍ତରଖାନାରେ ରହି ଚିକିତ୍ସିତ ହେବା ପରେ ଆଜି ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି ସୁପରଷ୍ଟାର ରଜନୀକାନ୍ତ। ରକ୍ତଚାପ ସ୍ଥିର ନରହିବାରୁ ତାଙ୍କୁ ହାଇଦ୍ରାବାଦସ୍ଥିତ ଆପୋଲୋ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର କରୋନା ପରୀକ୍ଷା କରାଯିବା ପରେ ଚିକିତ୍ସା ଆରମ୍ଭ ହୋଇଥିଲା। କରୋନା ରିପୋର୍ଟ ନେଗେଟିଭ ଆସିଥିବା ବେଳେ ଆଜି ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ସଂପୂର୍ଣ୍ଣ ଭାବେ ବିିଶ୍ରାମ କରିବା ସହ କୌଣସି କଥାକୁ ନେଇ ଚିନ୍ତା ନକରିବାକୁ ଡାକ୍ତର ସୁପରଷ୍ଟାର ରଜନୀକାନ୍ତଙ୍କୁ ପରାମର୍ଶ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ଶୁକ୍ରବାର ସକାଳେ ଶ୍ରୀ ରଜନୀକାନ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଗତ ୧୦ ଦିନ ହେବ ହାଇଦ୍ରାବାଦରେ ସେ ଏକ ଚଳଚ୍ଚିତ୍ର ସୁଟିଙ୍ଗ୍‌ରେ ବ୍ୟସ୍ତ ଥିଲେ। ସୁଟିଙ୍ଗ୍‌ ସେଟ୍‌ରେ ଦୁଇଜଣ ବ୍ୟକ୍ତି କୋଭିଡ୍‌-୧୯ ପଜିଟିଭ୍‌ ହେବା ପରେ ଡିସେମ୍ବର ୨୨ ତାରିଖ ଦିନ ରଜନୀକାନ୍ତଙ୍କର ନମୁନା ପରୀକ୍ଷା କରାଯାଇଥିଲା ଓ ସେ ନେଗେଟିଭ୍‌ ବୋଲି ଜଣାପଡ଼ିଥିଲା। ସେବେଠାରୁ ସେ ଏକାନ୍ତବାସରେ ଥିଲେ ଏବଂ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଥିଲା। କୋଭିଡ୍‌-୧୯ର କୌଣସି ଲକ୍ଷଣ ଦେଖାଯାଇ ନ ଥିଲେ ବି ତାଙ୍କ ରକ୍ତଚାପରେ ଅସ୍ଥିରତା ଦେଖାଯିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

Advertisement