Wednesday, September 16, 2026
ADVERTISEMENT
Home ଜିଲ୍ଲା ଏ.ଟି.ଏମ ଚୋର ଗିରଫ

ଏ.ଟି.ଏମ ଚୋର ଗିରଫ

185
ADVERTISEMENT

ବଲାଙ୍ଗୀର,୨୬/୧୨(ସୁନୀଲ ତ୍ରିପାଠୀ) : ଲୋଇସିଂହା ପୋଲିସ ଜଣେ.ଏ.ଟି.ଏମ ଚୋରକୁ ଗିରଫ କରିଛି l ସୂଚନାନୁସାରେ ଆଗଲପୁରର ରାହାସ ତ୍ରିପାଠୀ ଏବଂ ଫଟାମୁଣ୍ଡାର ଚକାଡୋଳା ସାହୁ ଏ ଟି ଏମ ରୁ ଟଙ୍କା ଉଠାଉଥିବା ବେଳେ ଅଭିଯୁକ୍ତ ଚତୁରତାର ସହ ଆଗଲପୁର ଏ.ଟି.ଏମ କାର୍ଡକୁ ବଦଳ କରି ଚକାଡୋଳା ସାହୁଙ୍କ ଠାରୁ ୬୦୦୦୦ଟଙ୍କା ଓ ରାହାସ ତ୍ରିପାଠୀଙ୍କ ଠାରୁ ୫୦୦୦୦ ଟଙ୍କା ଠକେଇ କରି ନେଇଥିଲେ l ଚକାଡୋଳା ସାହୁ ଡିସେମ୍ବର ୧୮ତାରିଖ ଓ ରାହାସ ତ୍ରିପାଠୀ ଡିସେମ୍ବର ୨୩ ତାରିଖରେ ଥାନାରେ ରିପୋର୍ଟ କରିଥିଲେ l ରିପୋର୍ଟ ଅନୁସାରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା l ଆଜି ଅଭିଯୁକ୍ତକୁ ଗିରଫ କରି ତିନୋଟି ଏ.ଟି.ଏମ କାର୍ଡ ସହିତ ୪୦୦୦୦ଟଙ୍କା ଏବଂ ୩୪୦୦୦ଟଙ୍କା ଜବତ କରିଛି l

Advertisement