Friday, September 25, 2026
ADVERTISEMENT
Home ଜାତୀୟ ରଜନୀକାନ୍ତଙ୍କ ରକ୍ତଚାପ ସ୍ଥିରତା ନ ରହିବାରୁ ଡାକ୍ତରଖାନାରେ ଭର୍ତ୍ତି

ରଜନୀକାନ୍ତଙ୍କ ରକ୍ତଚାପ ସ୍ଥିରତା ନ ରହିବାରୁ ଡାକ୍ତରଖାନାରେ ଭର୍ତ୍ତି

323
ADVERTISEMENT

ନୂଆଦିଲ୍ଲୀ,୨୫/୧୨(ଡ଼ି.ଏଚ/ବ୍ୟୁରୋ) : ରକ୍ତଚାପରେ ସ୍ଥିରତା ନ ରହିବା କାରଣରୁ ବର୍ଷିଆନ୍‌ ଅଭିନେତା ରଜନୀକାନ୍ତଙ୍କୁ ହାଇଦ୍ରାବାଦସ୍ଥିତ ଆପୋଲୋ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଡାକ୍ତରଖାନା ଜାରି କରିଥିବା ଏକ ବିବୃତିରେ ଉଲ୍ଲେଖ ଅଛି ଯେ, ଆଜି ସକାଳେ ଶ୍ରୀ ରଜନୀକାନ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତ ୧୦ ଦିନ ହେବ ହାଇଦ୍ରାବାଦରେ ସେ ଏକ ଚଳଚ୍ଚିତ୍ର ସୁଟିଙ୍ଗ୍‌ରେ ବ୍ୟସ୍ତ ଥିଲେ। ସୁଟିଙ୍ଗ୍‌ ସେଟ୍‌ରେ ଦୁଇଜଣ ବ୍ୟକ୍ତି କୋଭିଡ୍‌-୧୯ ପଜିଟିଭ୍‌ ହୋଇଥିବା ଜଣାପଡ଼ିଛି। ଡିସେମ୍ବର ୨୨ ତାରିଖ ଦିନ ରଜନୀକାନ୍ତଙ୍କର ନମୁନା ପରୀକ୍ଷା କରାଯାଇଥିଲା ଓ ସେ ନେଗେଟିଭ୍‌ ବୋଲି ଜଣାପଡ଼ିଥିଲା। ସେବେ ଠାରୁ ସେ ଏକାନ୍ତବାସରେ ଥିଲେ ଏବଂ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଥିଲା।

Advertisement