Wednesday, September 16, 2026
ADVERTISEMENT
Home ଜିଲ୍ଲା ପ୍ରଶାସନିକ କଯ୍ୟତ୍ରୁଟି ପାଇଁ ବାହାଲବୁକା ଗ୍ରାମବାସୀଙ୍କ ବିକ୍ଷୋଭ

ପ୍ରଶାସନିକ କଯ୍ୟତ୍ରୁଟି ପାଇଁ ବାହାଲବୁକା ଗ୍ରାମବାସୀଙ୍କ ବିକ୍ଷୋଭ

159
ADVERTISEMENT

ବଲାଙ୍ଗୀର,୧୨/୧୨(ସୁନୀଲ ତ୍ରିପାଠୀ) : ପ୍ରଶାସନ ଦ୍ୱାରା ଭୁଲ ହେବା ପରେ ଦଣ୍ଡ ପାଇବେ ସାଧାରଣ କୃଷକ l ଏମିତି ଏକ ଘଟଣା ଘଟିଛି ପୁଇଁତଲା ବ୍ଲକ ବୁବେଲ ପଞ୍ଚାୟତର ବାହାଲବୁକା ଗ୍ରାମରେ l ବାହାଲବୁକା ଗ୍ରାମବାସୀ ଅନ୍ୟାନ୍ୟ ସରକାରୀ ସୁବିଧା ସୁଯୋଗ ବୁବେଲ ପଞ୍ଚାୟତରୁ ପାଉଥିଲେ ମଧ୍ୟ ଫସଲ ବୀମା ରଣ୍ଡା ପଞ୍ଚାୟତରେ ପଞ୍ଜିକରଣ ହୋଇଛି ଫଳରେ ହିତାଧିକାରୀ ତୀବ୍ର ଅସନ୍ତୋଷ କରୁଛନ୍ତି l ବିଭିନ୍ନ ସରକାରୀ ଅଧିକାରୀଙ୍କୁ ଅନେକ ଅନୁରୋଧ କରିବା ସତ୍ୱେ କିଛି ସମାଧାନ ନହେବାରୁ ଆଜି ଗ୍ରାମର ଶତାଧିକ ପୁରୁଷ ଏବଂ ମହିଳା ଜିଲ୍ଲାପାଳଙ୍କୁ ଫେରାଦ କରିଥିଲେ ଏବଂ ଜିଲ୍ଲାପାଳ ଚଞ୍ଚଳ ରାଣା ୭ ଦିନ ଭିତରେ ସବୁ ଠିକ ହୋଇଯିବ ବୋଲି ପ୍ରତିଶୃତି ଦେଇଥିଲେ l ଏହି ଦାବୀର ନ୍ରେତୁତ୍ୱ ଜିଲ୍ଲା କଂଗ୍ରେସ ମୁଖପାତ୍ର ସାନନ୍ଦ ମିଶ୍ରଙ୍କ ସହିତ ଦୟାନିଧି ରଣା, କିଶୋର ରଣା ରାଜୀବ ରଣା, ମନୋଜ ରଣା ତଥା ଅନେକ ମହିଳା ଏବଂ ପୁରୁଷ ସାମିଲ ଥିଲେ l ତେବେ ଗୋଟିଏ ପ୍ରଶ୍ନ ଉଠୁଛି ଯେ ସାଧାରଣ ଜନତା ଯଦି ଭୁଲ କଲା ତେବେ ସରକାର ନାନା ପ୍ରକାର ଫାଇନ ଆଦାୟ କରୁଛି କିନ୍ତୁ ସରକାରୀ ଲୋକ ଭୁଲ କଲେ ତାଙ୍କ ବିରୁଦ୍ଧରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ବୋଲି ବୁଦ୍ଧିଜୀବୀଙ୍କ ପ୍ରଶ୍ନ ??

Advertisement