ସିଆରପିଏଫ୍ କ୍ୟାମ୍ପ ଉପରେ ଗ୍ରେନେଡ ଆକ୍ରମଣ

187
ADVERTISEMENT

ଶ୍ରୀନଗର,୧୧/୧୨(ଡ଼ି.ଏଚ/ବ୍ୟୁରୋ) : ଜାମ୍ମୁ କାଶ୍ମୀରର ଶ୍ରୀନଗରର ନୋରବାଗ ଅଞ୍ଚଳରେ ଥିବା ସିଆରପିଏଫ୍ କ୍ୟାମ୍ପ ଉପରକୁ ଆତଙ୍କବାଦୀମାନେ ଗ୍ରେନେଡ ଫିଙ୍ଗିଛନ୍ତି। ମାତ୍ର ଏହି ଆକ୍ରମଣରେ ଯବାନଙ୍କର କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡ଼ିଛି। ସର୍ଚ୍ଚ ଅପରେସନ୍ ଜାରି ରହିଛି।ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ, ଆତଙ୍କବାଦୀମାନେ ଶୁକ୍ରବାର ସକାଳ ୬ଟା ୪୦ ସମୟରେ କ୍ୟାମ୍ପ ଉପରକୁ ଗ୍ରେନେଡ ଫିଙ୍ଗିଥିଲେ। କ୍ୟାମ୍ପ ବାହାରେ ଗ୍ରେନେଡ ବିସ୍ଫୋରଣ ହୋଇଥିଲା ଏବଂ ଏଥିରେ ଗୋଟିଏ କୁକୁରର ମୃତ୍ୟୁ ଘଟିଥିଲା। ମାତ୍ର ଯବାନମାନେ ଅଳ୍ପକେ ବର୍ତ୍ତି ଯାଇଥିଲେ।

Advertisement