Wednesday, September 16, 2026
ADVERTISEMENT
Home ଜିଲ୍ଲା ବୋରୱେଲ୍କ କାହାପାଇଁ ଓ କେବେ କାର୍ଯ୍ୟକ୍ଷମ ହେବ !

ବୋରୱେଲ୍କ କାହାପାଇଁ ଓ କେବେ କାର୍ଯ୍ୟକ୍ଷମ ହେବ !

157
ADVERTISEMENT

ଦେଓଗାଁ,୯/୧୨:(ସୁନୀଲ ତ୍ରିପାଠୀ) : ଦେଓଗାଁ ବ୍ଲକ ଉଡାର ପଞ୍ଚାୟତ ଜଲିଆ ଗ୍ରାମରେ ଗତ ତା. ୧୩.୧୧.୨୦୨୦ରିଖ ଦିନ ସ୍ଥାନୀୟ ଅଙ୍ଗନବାଡ଼ି ଗୃହ ସମ୍ମୁଖରେ ୱଡମେମ୍ବର ଶ୍ରୀ ଦିଲିପ୍ ମାଝୀଙ୍କ ଉପସ୍ଥିତିରେ ଏକ ପାତାଲବୋର ଖୋଳା କାର୍ଯ୍ୟ ହୋଇଥିଲା। ହେଲେ ଆଜକୁ ପ୍ରାୟ ୨୫ ଦିନ ହେଲା କାର୍ଯ୍ୟଟିକୁ ଅଣଦେଖା କରାଯାଉଛି ଏବଂ କାର୍ଯ୍ୟଟି କେବେ ସମ୍ପୁର୍ଣ୍ଣ ହେବ? କେବେ କାର୍ଯ୍ୟକ୍ଷମ ହେବ? ଲୋକେ କିପରି ଏହାର ସୁବିଧା ପାଇପାରିବେ? ପ୍ରତ୍ୟେକ ଘରକୁ ପାଇପ ଯୋଗେ ଯୋଗାଇ ଦେବାର ବ୍ୟବସ୍ଥା ନା ଅନ୍ୟ କିଛି? ଏପରି ଅନେକ ପ୍ରଶ୍ନ ବାଚୀ ମନରେ ସୃଷ୍ଟି ହେବା ସାଙ୍ଗକୁ ଜନ ଅସନ୍ତୋଷ ବୃଦ୍ଧି ପାଇଛି। ପ୍ରଶାସନ ଏଥି ପ୍ରତି ଦୃଷ୍ଟିଦେଇ ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ବୁଦ୍ଧିଜୀବୀଙ୍କ ପ୍ରତିକ୍ରିୟା ।

Advertisement