ଓଡିଶା ଓ ଆନ୍ଧ୍ର ସୀମା ଚିହ୍ନଟରେ ଯୋଗ ଦେଉନି ଆନ୍ଧ୍ର

146
ADVERTISEMENT

କୋରାପୁଟ,୦୮/୧୨(ଡ଼ି.ଏଚ/ବ୍ୟୁରୋ) : କୋରାପୁଟ ଜିଲ୍ଲା ସମ୍ବାଇ ପଂଚାୟତରେ ଓଡ଼ିଶା-ଆନ୍ଧ୍ର ସୀମା ଚିହ୍ନଟକରଣ କାର୍ଯ୍ୟ ତୃତୀୟ ଦିନରେ ପହଁଚିଛି। ହେଲେ ଆନ୍ଧ୍ର ସରକାରଙ୍କ ପକ୍ଷରୁ କୌଣସି ଅଧିକାରୀ ଆସୁନାହାଁନ୍ତି। ଆନ୍ଧ୍ର ସୀମାନ୍ତ ସୁନାବେଡା ଗାଁକୁ ନେଇ ପଡ଼ୋଶୀ ରାଜ୍ୟର ୫ ଖଣ୍ଡ ଗ୍ରାମବାସୀଙ୍କ ମଧ୍ୟରେ ବିବାଦ ଲାଗିରହିଛି। ଏଭଳି ସ୍ଥିତିରେ ଓଡ଼ିଶା ସରକାରଙ୍କ ପକ୍ଷରୁ କୋରାପୁଟ ଜିଲ୍ଲା ପ୍ରଶାସନର ଏକ ସ୍ୱତନ୍ତ୍ର ଟିମ ଏବଂ ଆରଡିସି କାର୍ଯ୍ୟାଳୟର ସେଟଲମେଂଟ୍ ସର୍ଭେ ୟୁନିଟ୍‌ର ତିନି ଜଣ କର୍ମଚାରୀ ସୀମା ଚିହ୍ନଟକରଣ କାର୍ଯ୍ୟରେ ଲାଗିଛନ୍ତି। ତେବେ ଆନ୍ଧ୍ରର ବିଶାଖାପାଟଣା ଜିଲ୍ଲା ପ୍ରଶାସନ ପକ୍ଷରୁ ସୀମା ଚିହ୍ନଟ ପାଇଁ କୌଣସି ସରକାରୀ ଅଧିକାରୀଙ୍କୁ ଏଯାଏ ନିଯୁକ୍ତ କରାଯାଇନଥିବା ଜଣାପଡ଼ିଛି।

Advertisement