ଦିଲ୍ଲୀରୁ ଧରା ପଡ଼ିଲେ ୫ ଆତଙ୍କୀ

175
ADVERTISEMENT

ନୂଆଦିଲ୍ଲୀ,୦୭/୧୨(ଡ଼ି.ଏଚ/ବ୍ୟୁରୋ) : ଦିଲ୍ଲୀରୁ ଧରା ପଡ଼ିଛନ୍ତି ୫ ସନ୍ଦିଗ୍ଧ ଆତଙ୍କବାଦୀ । ସୋମବାର ଦିଲ୍ଲୀ ଶକରପୁର ଅଞ୍ଚଳରୁ ୫ ଜଣ ଅପରାଧୀଙ୍କୁ ଧରିଛି ଦିଲ୍ଲୀ ପୋଲିସ। ସେମାନଙ୍କ ପାଖରୁ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଓ ଅପରାଧ ଘଟାଇବା ଭଳି ସାମଗ୍ରୀ ଜବତ କରାଯାଇଛି । ଚାଷୀ ଆନ୍ଦୋଳନ ଏବଂ ଭାରତ ବନ୍ଦ ଡାକରା ସମୟରେ ଆତଙ୍କବାଦୀ ଗିରଫ ଘଟଣା ଏକ ବଡ ସଫଳତା ବୋଲି କୁହାଯାଉଛି। ଧରାପଡ଼ିଥିବା ସନ୍ଦିଗ୍ଧ ଆତଙ୍କବାଦୀଙ୍କ ମଧ୍ୟରୁ ୨ ଜଣ ପଞ୍ଜାବର ହୋଇଥିବାବେଳେ ୩ ଜଣ କାଶ୍ମୀର ଅଞ୍ଚଳର ବୋଲି ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ଡିସିପି ପ୍ରମୋଦ କୁଶଓ୍ୱାହା କହିଛନ୍ତି । ଏମାନେ ଖଲିସ୍ତାନୀ ଆତଙ୍କବାଦୀ ସଂଗଠନ ସହିତ ଜଡ଼ିତ ଥିବା ଦିଲ୍ଲୀ ପୋଲିସ ପକ୍ଷରୁ କୁହାଯାଉଛି । ସେମାନଙ୍କଠାରୁ ଅସ୍ତ୍ରଶସ୍ତ୍ର ସହିତ ବିପୁଳ ଡ୍ରଗ୍ସ ମଧ୍ୟ ଜବତ କରିଛି ଦିଲ୍ଲୀ ପୋଲିସ ।

Advertisement