ନୂଆଦିଲ୍ଲୀ,୦୭/୧୨(ଡ଼ି.ଏଚ/ବ୍ୟୁରୋ) : ଦିଲ୍ଲୀ ସୀମାରେ ଚାଲିଥିବା କୃଷକଙ୍କ ଆନ୍ଦେ।ଳନରେ ସମର୍ଥନ ବଢ଼ିବାରେ ଲାଗିଛି । ଡିସେମ୍ବର ୫ରେ କେନ୍ଦ୍ର ସରକାରଙ୍କ ସହ ଚାଷୀଙ୍କ ଆଲେ।ଚନା ବିଫଳ ପରେ ଆନ୍ଦେ।ଳନକୁ ଆହୁରି ମଜଭୁତ କରିବାକୁ ଚେଷ୍ଟା ଚଳାଇଛନ୍ତି ଚାଷୀ ସଂଗଠନ । ଆସନ୍ତାକାଲି ଚାଷୀ ସଂଗଠନ ଭାରତ ବନ୍ଦ ଡାକରା ଦେଇଥିବାବେଳେ ଏହାକୁ ବିଭିନ୍ନ ରାଜନୈତିକ ଦଳ ସମର୍ଥନ ଜଣାଇଛନ୍ତି । ଚାଷୀଙ୍କୁ ସମର୍ଥନ ଜଣାଇ ଆମ୍ ଆଦମୀ ପାର୍ଟି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ, ଉପମୁଖ୍ୟମନ୍ତ୍ରୀ ମନୀଷ ଶିଶୋଦିଅ। ଚାଷୀଙ୍କ ଆନ୍ଦେ।ଳନ ସ୍ଥଳ ସିଙ୍ଘୁରେ ପହଞ୍ଚି ଆଲେ।ଚନା କରିଥିବା ନେଇ ସୂଚନା ମିଳିଛି । ଦିଲ୍ଲୀ ସରକାରଙ୍କ ପକ୍ଷରୁ ଚାଷୀଙ୍କ ପାଇଁ ହୋଇଥିବା ବ୍ୟବସ୍ଥାର ତଦାରଖ କରିଛନ୍ତି କେଜ୍ରିଓ୍ୱାଲ । କଂଗ୍ରେସ ଓ ଅନ୍ୟ ସଂଗଠନଗୁଡ଼ିକ ମଧ୍ୟ ଚାଷୀଙ୍କ ଆନ୍ଦେ।ଳନକୁ ସମର୍ଥନ ଜଣାଇଛନ୍ତି। ତୁରନ୍ତ ସଂସଦର ଅଧିବେଶନ ଡାକି କୃଷି ବିଲ୍ ଉଚ୍ଛେଦ କରିବାକୁ କଂଗ୍ରେସ ଦାବି କରିଛି । ସେପଟେ ୯ରେ ପୁଣି ଥରେ ସରକାର ଓ ଚାଷୀ ସଂଗଠନର ପ୍ରତିନିଧିମାନଙ୍କ ସହ କୃଷି ଆଇନ ଓ ଚାଷୀଙ୍କ ଆନ୍ଦେ।ଳନ ସମ୍ପର୍କରେ ଆଲେ।ଚନା ହେବ ।





















