Thursday, September 17, 2026
ADVERTISEMENT
Home ଜିଲ୍ଲା ସୋନପୁର ସୁତାକଳକୁ ପୁଣି କାର୍ଯ୍ୟକ୍ଷମ କରିବା ପାଇଁ ଦାବି

ସୋନପୁର ସୁତାକଳକୁ ପୁଣି କାର୍ଯ୍ୟକ୍ଷମ କରିବା ପାଇଁ ଦାବି

196
ADVERTISEMENT

ସୋନପୁର,୦୫/୧୨(ସୁନୀଲ ତ୍ରିପାଠୀ) :ସୋନପୁର ସୂତାକଳକୁ ପୁଣି କାର୍ଯ୍ୟକ୍ଷମ କରିବା ପାଇଁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯାଇଛି l ଶ୍ରମିକ ମାନେ କହିଛନ୍ତି ଯେ, ଜିଲ୍ଲାର ଏକମାତ୍ର କାରଖାନା ସୂତାକଳ ବର୍ତ୍ତମାନ ଅଚଳ ଅବସ୍ଥାରେ ପଡି ରହିଛି । ଏହି ସୂତାକଳ ରେ ଏକଦା ଦୁଇ ହଜାର ରୁ ଅଧିକ ଶ୍ରମିକ କାର୍ଯ୍ୟ କରି ନିଜ ପରିବାର ପୋଷଣ କରୁଥିଲେ l ଜିଲ୍ଲାର ଅର୍ଥନିତୀକୂ ଏହା ଯଥେଷ୍ଟ ସହାୟକ ହେଉଥିଲା । ଜିଲ୍ଳାରେ ଉନ୍ନତ ମାନର କପା ଚାଷ ହୋଇ ରାଜ୍ୟରେ ଏକ ସ୍ଵତନ୍ତ୍ର ସ୍ଥାନ କରିଥିଲା । ଏସବୁର ପୁନଃ ଉଦ୍ଧାର ପାଇଁ ଆଜି ବିଶିଷ୍ଟ ନେତା ବଳଦେବ ବେଦବାକ୍ ଙ୍କ ନେତୃତ୍ବରେ ଜିଲ୍ଳାର କେତେକ ଶ୍ରମିକ ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିବା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀ ପତ୍ର ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାସଙ୍କୁ ପ୍ରଦାନ କରାଯାଇଛି ।

Advertisement