ନୂଆଦିଲ୍ଲୀ,୦୩/୧୨(ଡ଼ି.ଏଚ/ବ୍ୟୁରୋ):ଦକ୍ଷିଣରେ ବାତ୍ୟା ‘ନିଭାର’ ପରେ ଏବେ ‘ବୁରେଭି’ ଆତଙ୍କ ଖେଳାଇଛି। ବଙ୍ଗୋପସାଗରର ଦକ୍ଷିଣପଶ୍ଚିମ ଅଞ୍ଚଳରେ ସୃଷ୍ଟି ହୋଇଥିବା ବାତ୍ୟା ‘ବୁରେଭି’ ଆଜି ରାତି ସୁଦ୍ଧା ଶ୍ରୀଲଙ୍କା ଉପକୂଳ ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏଥିପାଇଁ ତାମିଲନାଡ଼ୁ ଏବଂ କେରଳରେ ହାଇ ଆଲର୍ଟ ଜାରି ହୋଇଛି। କେରଳର ୪ ରାଜ୍ୟ ଥିରୁଅନନ୍ତପୁରମ୍, କୋଲ୍ଲାମ୍, ପଥନମଥିତ୍ତ ଏବଂ ଆଲାପ୍ପୁଝାରେ ସରକାର ରେଡ୍ ଆଲର୍ଟ୍ ଜାରି କରିଛନ୍ତି। କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ କହିଛନ୍ତି, ବାୟୁସେନା ଏବଂ ନୌସେନା ଉଦ୍ଧାର କାର୍ଯ୍ୟ ପାଇଁ ପ୍ରସ୍ତୁତ ରହିଛନ୍ତି। ରାଜ୍ୟରେ ୮ ଏନ୍ଡିଆରଏଫ୍ ଟିମ୍ ପହଞ୍ଚି ସାରିଛନ୍ତି। ତଳିଆ ଅଞ୍ଚଳରୁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।



















