କେନ୍ଦ୍ରକୁ ଦାବିପତ୍ର ପଠାଇଲେ ଆନ୍ଦୋଳନକାରୀ କୃଷକ

169
ADVERTISEMENT

ନୂଆଦିଲ୍ଳୀ,୦୩/୧୨(ଡ଼ି.ଏଚ/ବ୍ୟୁରୋ): ଡିସେମ୍ବର ପହିଲାରେ କେନ୍ଦ୍ର ସରକାର ଓ ଆନ୍ଦୋଳନକାରୀ କୃଷକମାନଙ୍କ ମଧ୍ୟରେ ହୋଇଥିବା ବୈଠକରେ କୌଣସି ନିଷ୍କର୍ସ ବାହାରି ପାରିନଥିବାରୁ ଆଜି ଏ ନେଇ ଆଲୋଚନା ପାଇଁ ଅନ୍ୟ ଏକ ବୈଠକ ଧାର୍ଯ୍ୟ କରାଯାଇଛି। କୃଷକ ଗୋଷ୍ଠୀର ଏକ ପ୍ରତିନିଧି ଦଳ ଆଜି କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଭେଟିବେ ବୋଲି ସୂଚନା ମିଳିଛି । ଅନ୍ୟପକ୍ଷରେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ୍‌ ଅମରିନ୍ଦର ସିଂ କେନ୍ଦ୍ର ଏବଂ କୃଷକଙ୍କ ମଧ୍ୟରେ ମଧ୍ୟସ୍ଥତା କରିବାକୁ ପ୍ରସ୍ତାବ ଦେଇଛନ୍ତି ଏବଂ ଆଜି ସେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବେ ବୋଲି ସୂଚନା ରହିଛି। ଏପଟେ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏହି ପ୍ରସଂଗ ନେଇ ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟି ସାରିଛନ୍ତି। ଚାଷୀମାନେ ସେମାନଙ୍କର ଏକ ଦାବିପତ୍ର କେନ୍ଦ୍ରକୁ ପଠାଇଛନ୍ତି।

Advertisement