କୃଷକ ଆନ୍ଦୋଳନର ପ୍ରତିବାଦରେ ଦିଲ୍ଲୀ-ନଇଡ଼ା ସୀମାନ୍ତ ବନ୍ଦ

160
ADVERTISEMENT

ନୂଆଦିଲ୍ଲୀ,୦୨/୧୨(ଡ଼ି.ଏଚ/ବ୍ୟୁରୋ): କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ପ୍ରତିବାଦ ଚଳାଇଥିବା କୃଷକମାନେ ଆଜି ମଧ୍ୟ ନଇଡ଼ା-ଦିଲ୍ଲୀ ସୀମାନ୍ତରେ ଧାରଣା ଜାରି ରଖିଛନ୍ତି। ଫଳରେ ଦ୍ୱିତୀୟ ଦିନ ଜାତୀୟ ରାଜଧାନୀ ଅଞ୍ଚଳ ସହ ଉତ୍ତର ପ୍ରଦେଶକୁ ସଂଯୋଗ କରୁଥିବା ଏହି ମୁଖ୍ୟ ରାସ୍ତା ବନ୍ଦ ରହିଛି। ତେଣୁ ଜାତୀୟ ରାଜଧାନୀ ଅଞ୍ଚଳକୁ ଆସୁଥିବା ଯାତ୍ରୀମାନେ ଚିଲ୍ଲା ରାସ୍ତା ପରିବର୍ତ୍ତେ ଦିଲ୍ଲୀ-ନଇଡ଼ା ଡାଇରେକ୍ଟ୍‌ କିଂବା କାଳିନ୍ଦୀ କୁଞ୍ଜ ରାସ୍ତାରେ ଯାତାୟାତ କରିବା ନିମନ୍ତେ ଦିଲ୍ଲୀ ଟ୍ରାଫିକ୍‌ ପୁଲିସ ଅବଗତ କରିଛି ।‘ଭାରତୀୟ କିଷାନ୍‌ ୟୁନିୟନ୍‌’ (ବିକେୟୁ) ସହ ଅନୁବନ୍ଧିତ ଶହ ଶହ କୃଷକ ଏବଂ ଅନ୍ୟାନ୍ୟ ସଙ୍ଗଠନ ମଙ୍ଗଳବାର ସନ୍ଧ୍ୟାରୁ ଉତ୍ତର ପ୍ରଦେଶ ସୀମାନ୍ତରେ ଏକତ୍ର ହୋଇଛନ୍ତି।

Advertisement