ନୂଆଦିଲ୍ଲୀ,୦୨/୧୨(ଡ଼ି.ଏଚ/ବ୍ୟୁରୋ): ଶୁକ୍ରବାର ପାହାନ୍ତା ସମୟରେ ଉତ୍ତର ପ୍ରଦେଶର କୌଶାମ୍ବୀରେ ଠିଆ ହୋଇଥିବା ଏକ କାର୍ ଉପରେ ଗୋଟାଏ ବାଲିଭର୍ତ୍ତି ଟ୍ରକ୍ ଓଲଟି ପଡ଼ିବାରୁ ୮ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଏକ ବାହାଘର ଉତ୍ସବରେ ଯୋଗ ଦେଇ ସେମାନେ ଫେରୁଥିଲେ। ବୁଧବାର ପାହାନ୍ତା ପ୍ରାୟ ୩:୩୦ରେ ଏହି ଦୁର୍ଘଟଣା ଘଟିଛି। ଟ୍ରକ୍ ଯେଉଁ ସ୍କର୍ପିଓ କାର୍ ଉପରେ ଓଲଟି ପଡ଼ିଲା ସେଥିରେ ୮ଜଣ ଲୋକ ଥିଲେ। ଡ୍ରାଇଭର୍ ଓ ସେ କାର୍ରେ ଥିବା ୭ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ଟାୟାର୍ ଫାଟି ଯିବାରୁ ବାଲିଭର୍ତ୍ତି ଟ୍ରକ୍ଟି ଓଲଟି ପଡ଼ିଥିଲା। ଦୁର୍ଘଟଣା ସଂକ୍ରାନ୍ତରେ ଅଧିକ ତଦନ୍ତ କରାଯାଉଥିବା କଥା କୌଶାମ୍ବୀ ଜିଲ୍ଲା ମାଜିଷ୍ଟ୍ରେଟ୍ କହିଛନ୍ତି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଥିବା କଥା ଜଣେ ପୁଲିସ ଅଧିକାରୀ କହିଛନ୍ତି। ଏହି ଦୁର୍ଘଟଣା ବିଷୟରେ ଖବର ପାଇ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୋକବ୍ୟକ୍ତ କରିଛନ୍ତି।



















