ବ୍ରହ୍ମୋସ ସୁପରସୋନିକ୍‌ କ୍ରୁଜ୍‌ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

146
ADVERTISEMENT

ନୂଆଦିଲ୍ଲୀ,୦୧/୧୨(ଡ଼ି.ଏଚ/ବ୍ୟୁରୋ): ଖାସ୍‌ କରି ଭାରତୀୟ ନୌସେନା ପାଇଁ ବିକଶିତ ହୋଇଥିବା ବ୍ରହ୍ମୋସ ସୁପରସୋନିକ୍‌ କ୍ରୁଜ୍‌ କ୍ଷେପଣାସ୍ତ୍ରର ଆଜି (ମଙ୍ଗଳବାର) ଏକ ପରୀକ୍ଷଣ ସଫଳତା ପୂର୍ବକ ସଂପନ୍ନ ହୋଇଛି। ସରକାରୀ ସୂତ୍ରରୁ ପ୍ରକାଶ ଯେ ମଙ୍ଗଳବାର ଦିନ ବଙ୍ଗୋପସାଗରରେ ମଧ୍ୟରେ ଏକ ଯୁଦ୍ଧ ଜାହାଜ ଆଇଏନ୍‌ଏସ୍‌ ରଣବିଜୟରୁ ଏହି ପରୀକ୍ଷଣ କରାଯାଇଥିଲା। ଏହି କ୍ଷେପଣାସ୍ତ୍ରର ସମାନ ଧରଣର ଅନ୍ୟ ଏକ ପରୀକ୍ଷଣ ୬ ସପ୍ତାହ ପୂର୍ବରୁ ଆରବ ସାଗରରେ ଭାରତୀୟ ନୌସେନା ଦ୍ୱାରା କରାଯାଇଥିଲା। ଆଜି ପରୀକ୍ଷା କରାଯାଇଥିବା ଏହି କ୍ଷେପଣାସ୍ତ୍ରକୁ ବୁଡ଼ାଜାହାଜ, ଜଳଜାହାଜ, ଲଢ଼ୁଆ ବିମାନ ଏପରିକି ସ୍ଥଳ ପ୍ଲାଟଫର୍ମରୁ ମଧ୍ୟ ଶତ୍ରୁପକ୍ଷ ଉପରକୁ ନିକ୍ଷେପ କରାଯାଇ ପାରିବ। ୨୯୦ରୁ ୪୦୦ କିଲୋମିଟର ଦୂରତ୍ବ ମଧ୍ୟରେ ରହିଥିବା ଶତ୍ରୁପକ୍ଷର ଟାର୍ଗେଟ ଉପରେ ଏହି ବ୍ରହ୍ମୋସ ସୁପରସୋନିକ୍‌ କ୍ରୁଜ୍‌ କ୍ଷେପଣାସ୍ତ୍ର ଲକ୍ଷ୍ୟଭେଦ କରିବାର କ୍ଷମତା ରଖିଛି।

Advertisement