Wednesday, September 16, 2026
ADVERTISEMENT
Home ଜିଲ୍ଲା କେଶରୀଆ ହିନ୍ଦୁବହିନୀ ପକ୍ଷରୁ ମିଶ୍ରଣ ପର୍ବ

କେଶରୀଆ ହିନ୍ଦୁବହିନୀ ପକ୍ଷରୁ ମିଶ୍ରଣ ପର୍ବ

187
ADVERTISEMENT

ବଲାଙ୍ଗୀର, ୩୦/୧୧( ସୁନୀଲ ତ୍ରିପାଠୀ) :ଆଜି କେଶରୀଆ ହିନ୍ଦୁ ବାହିନୀ ବଲାଙ୍ଗୀର କାର୍ଯ୍ୟାଳୟ ଠାରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ସଭାପତି ତଥା ପ୍ରଦେଶ ମହାମନ୍ତ୍ରୀ ଶ୍ରୀ ସନ୍ତୋଷ କୁମାର ଭୋଳଙ୍କ ନେତୃତ୍ୱରେ ଏହା ଅନୁଷ୍ଠିତ ହୋଇଛି l ଏହି କାର୍ଯ୍ୟକ୍ରମରେ ବଲାଙ୍ଗୀରର ବିଶିଷ୍ଟ ସମାଜ ସେବୀ ତଥା ନେତା ଅଶୋକ ରଥ, ପ୍ରଶାନ୍ତ କୁମାର ସାହୁ, ଶେଖର ବାବୁ ଏବଂ ଅନ୍ୟାନ୍ୟ ଅନେକ ବ୍ୟକ୍ତି ବିଶେଷ ସଙ୍ଗଠନରେ ଯୋଗ ଦାନ କରିଥିଲେ l ଏହି ବ୍ୟକ୍ତି ବିଶେଷ ମାନଙ୍କୁ ପୁଷ୍ପ ଗୁଚ୍ଛ ଏବଂ ଉତ୍ତରୀୟ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା l ଏହି ସମ୍ବର୍ଦ୍ଧନା ସଭାରେ ନଗର ସଭାପତି ସନ୍ତୋଷ ସାହୁ ,ଜିଲ୍ଲା ମହା ସଚିବ ସୁଶୀଲ ମିଶ୍ର, ବରିଷ୍ଠ ଉପାଧ୍ୟକ୍ଷ ଶଙ୍କରସଣ ଆଚାର୍ଯ୍ୟ, ପ୍ରବକ୍ତା ଦେବାନନ୍ଦ ନାୟକ, କୋଷାଧକ୍ଷ ସୁଶୀଲ ସାହୁ, ପାଟଣାଗଡ ବ୍ଲକ ଅଧ୍ୟକ୍ଷ ସୁବ୍ରତ କୁଅଁର, ରବୀନ୍ଦ୍ର କୁମାର ନାଏକ ତଥା ଅନ୍ୟାନ୍ୟ ବହୁ କର୍ମକର୍ତା ଉପସ୍ଥିତ ଥିଲେ l

Advertisement