କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ :୩ ମାସରେ ପ୍ରସ୍ତୁତ ହୋଇଯିବ କରୋନା ଟିକା

154
ADVERTISEMENT

ନୂଆଦିଲ୍ଲୀ ,୨୦/୧୧(ଡ଼ି.ଏଚ,ବ୍ୟୁରୋ) : ଆସନ୍ତା ୩ ରୁ ୪ ମାସ ମଧ୍ୟରେ କରୋନା ଟିକା ପ୍ରସ୍ତୁତ ହୋଇଯିବ। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ଆଜି ଏହି ସୂଚନା ଦେଇଛନ୍ତି। ଏଫ୍‌ଆଇସିସିଆଇ ଏଫ୍‌ଏଲ୍‌ଓ ୱେବିନାର୍‌ରେ ଉଦ୍‌ବୋଧନ ଦେବା ସମୟରେ ହର୍ଷବର୍ଦ୍ଧନ ଏଭଳି ଗୁରୁତ୍ବପୂର୍ଣ୍ଣ ବୟାନ ରଖିଛନ୍ତି । ହର୍ଷବର୍ଦ୍ଧନ କହିଛନ୍ତି, ତାଙ୍କର ଦୃଢ଼ ବିଶ୍ବାସ ରହିଛି ଯେ, ଆସନ୍ତା ୩-୪ ମାସ ମଧ୍ୟରେ କୋଭିଡ୍‌ ଟିକା ପ୍ରସ୍ତୁତ ହୋଇଯିବ। ସ୍ବାସ୍ଥ୍ୟ କର୍ମୀ, କରୋନା ଯୋଦ୍ଧା ଏବଂ ରୋଗଗ୍ରସ୍ତ ଲୋକଙ୍କୁ ପ୍ରାଥମିକ ଗୁରୁତ୍ବ ଦିଆଯିବ। ଟିକାର ସଠିକ୍‌ ବଣ୍ଟନ ପାଇଁ ଖୁବ୍‌ ଭଲଭାବେ ଯୋଜନା ହେଉଛି। ଏଥିପାଇଁ ଏକ ଇ-ଭାକ୍ସିନ୍‌ ଇଣ୍ଟେଲିଜେନ୍ସ ପ୍ଲାଟଫର୍ମ ମଧ୍ୟ ସୃଷ୍ଟି ହୋଇଛି। ଜୁଲାଇ-ଅଗଷ୍ଟ ୨୦୨୧ ସୁଦ୍ଧା ୨୫-୩୦ କୋଟି ଲୋକଙ୍କ ପାଇଁ ୪୦୦-୫୦୦ ମିଲିଅନ୍‌ ଡୋଜ୍‌ ଟିକା‌ ଉପଲବ୍ଧ ହେବ ବୋଲି ବର୍ଦ୍ଧନ ଆକଳନ କରିଛନ୍ତି।

Advertisement