Thursday, September 17, 2026
ADVERTISEMENT
Home ଜିଲ୍ଲା ଅଙ୍ଗନବାଡ଼ିଙ୍କ ପ୍ରଚାର ପତ୍ରିକା ମାଧ୍ୟମରେ ମୂଲ୍ୟବାନ ବାର୍ତା

ଅଙ୍ଗନବାଡ଼ିଙ୍କ ପ୍ରଚାର ପତ୍ରିକା ମାଧ୍ୟମରେ ମୂଲ୍ୟବାନ ବାର୍ତା

189
ADVERTISEMENT

ବଲାଙ୍ଗୀର,୧୯/୧୧(ସୁନୀଲ ତ୍ରିପାଠୀ) :ଓଡ଼ିଶା ସରକାର ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ତରଫରୁ ଅଙ୍ଗନବାଡ଼ିରେ ସାମିଲ ହୋଇଥିବା ଶିଶୁ ମାନଙ୍କ ବୁଦ୍ଧିର ବିକାଶ ଏବଂ କରୋନା କାଳରେ କିପରି ସ୍ଵଚ୍ଛତା ଏବଂ ସାବଧାନତା ଅବଲମ୍ବନ କରିବାକୁ ହେବ ସେହି ବିଷୟରେ “ଘରେ ଘରେ ଅରୁଣିମା” ପ୍ରଚାର ପତ୍ରିକା ମାଧ୍ୟମରେ ମୂଲ୍ୟବାନ ବାର୍ତ୍ତା ପହଞ୍ଚାଇବାର ଏକ ପଦକ୍ଷେପ ନେଇଛନ୍ତି । ଏହି ଉପଲକ୍ଷ୍ଯେ ଆଜି ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଳକ୍ ଉଡାର ପଞ୍ଚାୟତ ଜଲିଆ ଗ୍ରାମରେ ଏକ କାର୍ଯ୍ଯକ୍ରମ ହୋଇଛି । ହେଲେ ଅଂଚଳ ବାସୀଙ୍କ ଅଭିଯୋଗ ଯେ ସ୍ଥାନୀୟ ଅଙ୍ଗନବାଡ଼ି ସୁପରଭାଇଜରଙ୍କ ନିର୍ଦ୍ଦେଶ କ୍ରମେ ଅଙ୍ଗନବାଡ଼ି କର୍ମୀ ମାନେ ଅରୁଣିମା କାର୍ଡ ପିଛା ପାଞ୍ଚ ଟଙ୍କା (୫ଟଙ୍କା) ଲେଖାଏଁ ଅସୁଲି କରୁଛନ୍ତି, ଫଳରେ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରୁଛନ୍ତି।

Advertisement