ସୋନୁ ସୁଦଙ୍କୁ ପଞ୍ଜାବର ‘ରାଜ୍ୟ ଆଇକନ’ ଭାବେ ନିଯୁକ୍ତ କଲେ ନିର୍ବାଚନ ଆୟୋଗ

164
ADVERTISEMENT

ପଞ୍ଜାବ,(ଡ଼ି.ଏଚ,ବ୍ୟୁରୋ) : ବଲିଉଡ ଅଭିନେତା ସୋନୁ ସୁଦଙ୍କୁ ନିର୍ବାଚନ ଆୟୋଗ ପଞ୍ଜାବର ‘ରାଜ୍ୟ ଆଇକନ’ ଭାବେ ନିଯୁକ୍ତ କରିଥିବା ନେଇ ଏକ ଅଧିକାରିକ ବୟାନରେ ସୂଚନା ଦିଆଯାଇଛି। ଜାରି ହୋଇଥିବା ଏହି ଅଧିକାରିକ ବୟାନରେ ପଞ୍ଜାବର ନିର୍ବାଚନ ଅଧିକାରୀ ଏସ୍ କରୁଣା ରାଜୁ କହିଛନ୍ତି ଯେ, ତାଙ୍କ କାର୍ଯ୍ୟାଳୟ ଭାରତ ନିର୍ବାଚନ ଆୟୋଗକୁ ଏହି ସମ୍ବନ୍ଧରେ ଏକ ପ୍ରସ୍ତାବ ପଠାଇଥିଲେ। ଯାହାକୁ ଭାରତ ନିର୍ବାଚନ ଆୟୋଗ ମଞ୍ଜୁରି ଦେଇଥିଲେ। ଏହି ମଞ୍ଜୁରି ପରେ ସୋନୁ ରାଜ୍ୟରେ ନିର୍ବାଚନ ସମ୍ବନ୍ଧିତ ଅଭିଯାନ ଚଲାଇବେ। ପଞ୍ଜାବର ମୋଗା ଜିଲ୍ଲାର ବାସିନ୍ଦା ଥିବା ସୋନୁ ସୁଦ ହିନ୍ଦୀ, ତାମିଲ ଓ ପଞ୍ଜାବୀ ସମେତ ଅନେକ ଭାରତୀୟ ଭାଷାରେ ହୋଇଥିବା ସିନେମାରେ ଅଭିନୟ ମଧ୍ୟ କରି ସାରିଛନ୍ତି। ଅଭିନେତା ସୋନୁ ସୁନ୍ଦ ବିହାର ବିଧାନସଭା ନିର୍ବାଚନ ସମୟରେ ଏକ ବିଶେଷ ବାର୍ତ୍ତା ଦେଇଥିଲେ। ସେ ସମସ୍ତଙ୍କୁ ଚିନ୍ତା କରି ଭୋଟ ଦେବାକୁ ଅନୁରୋଧ କରିଥିଲେ।

Advertisement