କୁକୁଡାଖଣ୍ଡିରେ ବିଜୁବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ l

13
ADVERTISEMENT

କୁକୁଡାଖଣ୍ଡି,୦୬/୩(ଇ ରଞ୍ଜନ):-କୁକୁଡାଖଣ୍ଡି ବ୍ଲକ ପରିସରରେ ଆଜି ପ୍ରଭାଦପୁରୁଷ ସ୍ବର୍ଗତ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଙ୍କ ୧୧୦ତମ ଜନ୍ମଜୟନ୍ତୀ ବଡ଼ ଆଡମ୍ବର ସହକାରେ ବ୍ଲକ ସଭାପତି ବି.ରବିନ୍ଦ୍ରନାଥ ପାତ୍ରଙ୍କ ସହଯୋଗ ରେ ପାଳିତ ହୋଇଯାଇଛି l ପ୍ରଥମେ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ରେ ବିଜୁ ଜନତା ଦଳର ବରିଷ୍ଠ ନେତା ବିପ୍ଳବ ପାତ୍ର ଯୋଗଦେଇ ପୁଷ୍ପମାଲ୍ୟର୍ପଣ ସହ ପ୍ରଦୀପ ଜ୍ୱଳନ କରିଥିଲେ | ବିଜୁ ବାବୁ ଜଣେ ନିର୍ଭୀକ ସେବାର ବାର୍ତ୍ତା ଥିଲା। ବିଜୁଙ୍କ ସ୍ୱାର୍ଥ ହୀନ ରାଜନୀତି ରେ ବିଜୟ ରେ ପରିଣତ ହୋଇଥିବା ସହ ବିଜୁଙ୍କ ନିତି ଆଦର୍ଶ ଉପରେ ଶ୍ରୀ ପାତ୍ର ସ୍ଥାନୀୟ ସହକର୍ମୀ ଙ୍କ ସମୁଖ ରେ ଉଲ୍ଲେଖ କରିଥିଲେ | ଏହି କାର୍ଯ୍ୟକ୍ରମ ରେ ବିଜେଡିର ପୁରାତନ ନେତା ଏଲ. ପୁରୁଷୋତ୍ତମ ପାତ୍ର, ରବୀନ୍ଦ୍ର ମହାରଣା,ଜିଲ୍ଲାପରିଷଦ ସଭ୍ୟା ଶିବାନୀ ସେଠୀ, ଭାରତୀ ନାୟକ,ଜଗଦଳପୁର ସରପଞ୍ଚ କ୍ରାନ୍ତି କୁମାରୀ ଦେବୀ, ଲାଞ୍ଜିଆ ସରପଞ୍ଚ ଅନିଲ ଗୌଡ଼, କାମେଶ୍ୱର ବିଶ୍ୱାଳ,ବନ୍ତପଲ୍ଲୀ ସରପଞ୍ଚ କାମିନୀ ନାୟକ,ଅନନ୍ତ|ଇ ସମିତି ନିରୁପମା ପାତ୍ର,ସୁରେଶ ସାହୁ,ସଞ୍ଜୟ କୁମାର ସାହୁ, ହାଡୁବନ୍ଧୁ ବେହେରାଙ୍କ, ବହୁ ସରପଞ୍ଚ ସମିତିସଭ୍ୟ ଙ୍କ ସମେତ ଶତାଧିକ କର୍ମୀ ଉପସ୍ଥିତ ଥିଲେ l

Advertisement