ଜଳ ଯୋଗାଣକୁ ନେଇ ବ୍ଲକ କାର୍ଯ୍ୟାଳୟ ହାଣ୍ଡି ମାଟିଆ ଧରି ଘେରିଲେ ମହିଳା l

14
ADVERTISEMENT

କୁକୁଡାଖଣ୍ଡି,୦୬/୩(ଇ ରଞ୍ଜନ):-କୁକୁଡାଖଣ୍ଡି ବ୍ଲକରେ ଆଜି କୁକୁଡାଖଣ୍ଡି ବ୍ଲକ ପଛ ପାର୍ଶ୍ୱ ରେ ଥିବା କାଳୁଆ ସାହିର ମହିଳା ମାନେ ବ୍ଲକ କାର୍ଯ୍ୟାଳୟ ବାରଣ୍ଡା ରେ ଦୀର୍ଘ ଦିନ ଧରି ପାନୀୟ ଜଳ ମିଳୁନଥିବା ନେଇ ହୋ ଆଲ୍ଲା କରିଥିଲେ | ସାହି ବାସିନ୍ଦା କହିବା ଅନୁଯାଇ ସରପଞ୍ଚ, ଠାରୁ ବିଡ଼ିଓ, ଯନ୍ତ୍ରୀ ଙ୍କୁ ବାରମ୍ବାର କହିବା ସ୍ୱତେ ବି ପାନୀୟ ଜଳ ଯୋଗାଣ କରିବା ରେ ଅସମର୍ଥ | ଏବେ ଠୁ ଗ୍ରୀଷ୍ମ ପ୍ରଭାହ ବୃଦ୍ଧି ପାଇବା ରେ ଲାଗିଲାଣି ବ୍ଲକ ପଛ ରେ ପାନୀୟ ଜଳ ମିଳୁନଥିବା ଗୁହାରି କହିବା ପରେ ବି ପାଣିର ବ୍ୟବସ୍ଥା କରିବା ରେ ବିଫଳ ହୋଉଛି ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ନୀରବ ଦ୍ରଷ୍ଟା ସାଜିଥିବା ଅଭିଯୋଗ କରିଛନ୍ତି l

ତୁରନ୍ତ ପାନୀୟ ଜଳ ବ୍ୟବସ୍ଥା ନକରିବେ ପ୍ରଶାସନ ତେବେ ଆଗାମୀ ଦିନ ରେ ରାଜରାସ୍ତା କୁ ଓଲ୍ଲlଇବେ ବୋଲି ଦାବି କରିଛନ୍ତି l ଘଟଣା ସ୍ଥଳରେ ବିଜେଡି ନେତା ବିପ୍ଳବ ପାତ୍ର ଯୋଗଦେଇ ଉତ୍ୟକ୍ତ ଲୋକଙ୍କୁ ବୁଝା ସୁଜା କରିଥିଲେ l ସରକାର ଙ୍କ ଏଥି ପ୍ରତି ଦୃଷ୍ଟି ଦେବା କୁ କହିଛନ୍ତି l

Advertisement