ନୂଆଦିଲ୍ଲୀ,୨୭/୨(ଡ଼ି.ଏଚ ବ୍ୟୁରୋ):- ଭାରତରେ ଇନ୍ଧନକୁ ନେଇ କେନ୍ଦ୍ର ସରକାରଙ୍କ ଏକ ବଡ଼ ପଦକ୍ଷେପ । ୧ଏପ୍ରିଲରୁ ସରକାର ଏବେ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶରେ E20 ପେଟ୍ରୋଲ (୨୦% ଏଥନଲ ମିଶ୍ରିତ) ଓ 95 RON (ରିସର୍ଚ୍ଚ ଅକ୍ଟେନ ନମ୍ବର) ଇନ୍ଧନ ବିକ୍ରିକୁ ବାଧ୍ୟତାମୂଳକ କରିଛନ୍ତି। ଏହି ନିଷ୍ପତ୍ତି ନା କେବଳ ବିଦେଶରୁ ତୈଳ ଆମଦାନୀ ପାଇଁ ହେଉଥିବା ମୋଟା ରକମର ଖର୍ଚ୍ଚକୁ ନିୟନ୍ତ୍ରଣ କରିବ ବରଂ ପ୍ରଦୂଷଣ ସମସ୍ୟା ମୁକାବିଲା ନିମନ୍ତେ ଏକ ବଡ଼ ଅସ୍ତ୍ର ପ୍ରମାଣିତ ହେବ।

















