ନୂଆଦିଲ୍ଲୀ୧୬/୧୧(ଡ଼ି.ଏଚ,ବ୍ୟୁରୋ) : ରାଜଧାନୀ ଦିଲ୍ଲୀରେ ପୁଣି ସଙ୍ଗୀନ ହେଲାଣି କରୋନା ସ୍ଥିତି । ପ୍ରତି ୧ ଘଣ୍ଟାରେ ଯାଉଛି ୪ ଜଣଙ୍କ ଜୀବନ। ଗତ ୧ ସପ୍ତାହ ହେଲା ରାଜଧାନୀରେ ଏଭଳି ସ୍ଥିତି ଜାରି ରହିଛି । ରବିବାର ଗୋଟିଏ ଦିନରେ ୯୫ ଜଣଙ୍କ ଜୀବନ ନେଇଛି ମାରାତ୍ମକ ଭୂତାଣୁ । ରବିବାର ଦିଲ୍ଲୀରେ ମୋଟ ୨୧ ହଜାର ୯୮ଟି ଟେଷ୍ଟ ହୋଇଥିବା ବେଳେ ୩ ହଜାର ୨୩୫ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଦିଲ୍ଲୀରେ ୧୫ ଦିନ ମଧ୍ୟରେ ୧୧ଶହ ୩ ଜଣ ସଂକ୍ରମିତ ପ୍ରାଣ ହରାଇଲେଣି । ଆଉ ଗତ ସପ୍ତାହେ ହେଲା ପ୍ରତିଦିନ ପାଖାପାଖି ୯୦ ଜଣଙ୍କ ଜୀବନ ଯାଉଛି।
ଗତ ଗୁୁରୁବାର ଦିଲ୍ଲୀରେ ସର୍ବାଧିକ ୧୦୪ ଜଣ ଏବଂ ଶନିବାର ୯୬ ଜଣ କରୋନାରେ ପ୍ରାଣ ହରାଇଥିଲେ। ଦିଲ୍ଲୀରେ କୋଭିଡରେ ସଂକ୍ରମିତ ହୋଇ ଏଯାଏ ୭ ହଜାର ୬୧୪ ଜଣଙ୍କ ମୃତ୍ୟୁ ହେଲାଣି। ମାର୍ଚ୍ଚ ୨ ତାରିଖରେ ଦିଲ୍ଲୀରେ ପ୍ରଥମ କରୋନା କେସ୍ ସାମନାକୁ ଆସିଥିବା ବେଳେ ମାର୍ଚ୍ଚ ମାସରେ ୨ ଜଣ ପ୍ରାଣ ହରାଇଥିଲେ।



















