ପାକିସ୍ତାନର ଦାବି : ୨ ଭାରତୀୟ ବିମାନକୁ ଆମେ ମାରି ଖସାଇ ଦେଲୁ , ଜଣେ ପାଇଲଟଙ୍କୁ ଗିରଫ କରିଛୁ

534
ADVERTISEMENT

ଶ୍ରୀନଗର,(ଦୁନିଆ ହାଲ୍ ଚାଲ୍): ଜୈସ ଶିବିର ଉପରେ ଭାରତୟ ବାୟୁସେନା  ଆକ୍ରମଣର ପ୍ରତିଶୋଧ ନେବାକୁ ଏବେ ସୁଯୋଗ ଖୋଜୁଛି ପାକିସ୍ତାନ । ଏହାକୁ ନେଇ ଗତକାଲିଠାରୁ ଉଭୟ ସେନା ପକ୍ଷରୁ ଗୁଳି ବିନିମୟ ମଧ୍ୟ ଆରମ୍ଭ ହୋଇଯାଇଛି । ଜମ୍ମୁକାଶ୍ମୀର ବଡଗାମରେ ମିଗ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଯୋଗୁଁ ବିମାନରେ ଥିବା ଦୁଇ ଜଣ ପାଇଟଲଙ୍କର ମୃତ୍ୟୁ ଘଟିଛି ।  କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି, ପାକିସ୍ତାନ ଦାବି କରିଛି କି ପାକ୍ ସେନା ଆକ୍ରମଣ କରି ଦୁଇ ଭାରତୀୟ ବିମାନକୁ ଗୁଳି କରି ଖସାଇଛି। ମାତ୍ର ପାକିସ୍ତାନର ଏପରି ଅଭିଯୋଗକୁ ଅସ୍ୱୀକାର କରିଛି ଭାରତ।

Advertisement