Tuesday, September 8, 2026
ADVERTISEMENT
Home ଜାତୀୟ ସର୍ଜିକାଲ ଷ୍ଟ୍ରାଇକ୍‌ ପରେ ସୀମାରେ ପରିସ୍ଥିତି ଉତ୍ତେଜନା, ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଗୁରୁତ୍ବପୂର୍ଣ୍ଣ ବୈଠକ

ସର୍ଜିକାଲ ଷ୍ଟ୍ରାଇକ୍‌ ପରେ ସୀମାରେ ପରିସ୍ଥିତି ଉତ୍ତେଜନା, ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଗୁରୁତ୍ବପୂର୍ଣ୍ଣ ବୈଠକ

386
ADVERTISEMENT

ନୂଆଦିଲ୍ଳୀ,(ଦୁନିଆ ହାଲ୍ ଚାଲ୍): ପାକିସ୍ତାନ  ବାୟୁ ସେନାର ଏଫ୍‌-୧୬ ଲଢୁଆ ବିମାନ ବୁଧବାର ନିୟନ୍ତ୍ରଣ ରେଖା ଟପି ଭାରତୀୟ ସୀମା ଭିତରକୁ ପଶି ଆସିବା ପରେ ତାହାକୁ ଭାରତୀୟ ସେନା ପକ୍ଷରୁ ଗୁଳି କରି ଖସାଇ ଦେଇଛି। ଗତକାଲି ଭାରତ ସର୍ଜିକାଲ ଷ୍ଟ୍ରାଇକ୍‌ ପରେ ସୀମାରେ ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ହୋଇଯାଇଛି।

ଭାରତ-ପାକ୍‌ ଭିତରେ ଉପୁଜିଥିବା ଏପରି ଯୁଦ୍ଧ ପରିସ୍ଥିତିର କିପରି କଡ଼ା ମୁକାବିଲା କରିହେବ ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବାସଭବନରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଡାକିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ବାସଭବନରେ କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂହ, ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବ୍ୟତୀତ ଦେଶର  ଶୀର୍ଷସ୍ତରୀୟ ଗୁଇନ୍ଦା ବିଭାଗୀୟ ଅଧିକାରୀ ଉପସ୍ଥିତ ହୋଇଥିଲେ। ବୈଠକରେ ସୀମା ସୁରକ୍ଷା ସଂପର୍କରେ ଆଲୋଚନା ହୋଇଥିବା ସୂଚନା ରହିଛି।

Advertisement