Thursday, September 17, 2026
ADVERTISEMENT
Home ଜିଲ୍ଲା ହତ୍ୟାମାମଲାରେ ଦୁଇଅଭିଯୁକ୍ତ ଗିରଫ

ହତ୍ୟାମାମଲାରେ ଦୁଇଅଭିଯୁକ୍ତ ଗିରଫ

206
ADVERTISEMENT

ବଲାଙ୍ଗୀର,୨୦/୦୯(ସୁନୀଲ ତ୍ରିପାଠୀ) ; ବେହେରାପାଲି ହତ୍ୟା ଘଟଣାର ଦୁଇ ଅଭିଯୁକ୍ତ ମଞ୍ଜିତ ଏବଂ ରାଜେନ୍ଦ୍ରଙ୍କୁ କେଶବ କୁମ୍ଭାରଙ୍କ ହତ୍ୟା ଅଭିଯୋଗରେ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି l ଗୁରୁବାର ରାତିର ପୁରୁଣା କଥାକୁ ନେଇ ଚାରି ଜଣଙ୍କ ମଧ୍ୟରେ ପୁଣି ବଚସା ହୋଇଥିଲା ଏବଂ ମଞ୍ଜିତ ଉତ୍କ୍ଷିପ୍ତ ହୋଇ ଧରିଥିବା ମଦ ବୋତଲରେ କେଶବଙ୍କ ତଣ୍ଟିରେ ବୋତଲ ଭୁଷିଦେବାରୁ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିବା ବେଳେ ତୁଷାରଙ୍କୁ ଗୁରୁତର ଅବସ୍ଥାରେ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା l

Advertisement