Thursday, September 17, 2026
ADVERTISEMENT
Home ଜିଲ୍ଲା ସରପଞ୍ଚଙ୍କ ବୈଦ୍ୟୁତିକ ଗଣ ପ୍ରତିନିଧିଙ୍କୁ ଆକ୍ରମଣ : ବିନିକା ସାମ୍ବାଦିକ ସଙ୍ଘ ପକ୍ଷରୁ ତୀଵ୍ର ନିନ୍ଦା

ସରପଞ୍ଚଙ୍କ ବୈଦ୍ୟୁତିକ ଗଣ ପ୍ରତିନିଧିଙ୍କୁ ଆକ୍ରମଣ : ବିନିକା ସାମ୍ବାଦିକ ସଙ୍ଘ ପକ୍ଷରୁ ତୀଵ୍ର ନିନ୍ଦା

224
ADVERTISEMENT

ବଲାଙ୍ଗୀର,୨୦/୦୯ : (ଦେବବ୍ରତ ଗୁରୁ) ; ସୁବର୍ଣ୍ଣପୁର ଜିଲ୍ଲା ବିନିକା ସାମ୍ବାଦିକ ସଙ୍ଘ ପକ୍ଷରୁ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ ଘଟଣାକୁ ତୀଵ୍ର ନିନ୍ଦା କରାଯାଇଛି । ବଲାଙ୍ଗୀର ଜିଲ୍ଲାର ସାମ୍ବାଦିକ ଅନ୍ତିମ ପାଣିଗ୍ରାହୀଙ୍କୁ ତୁରେକେଲା ବ୍ଲକ ଝରଣୀ ପଂଚାୟତର ମହିଳା ସରପଞ୍ଚ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଛି । ଖବର ସଂଗ୍ରହ କରୁଥିବା ବେଳେ ସରପଞ୍ଚ ,ତାଙ୍କ ସ୍ୱାମୀ ଓ ସମର୍ଥକ ମାନେ ଗାଳି ଗୁଳଜ କରିବା ସହିତ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି । ଆଜି ବିନିକା ସାମ୍ବାଦିକ ସଂଘ ପକ୍ଷରୁ ତୁରନ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି । ପୋଲିସ ବିଭାଗ ପକ୍ଷରୁ ସାମ୍ବାଦିକ ମାନଙ୍କୁ ସୁରକ୍ଷା ଯୋଗାଇ ଦେବା ସହିତ ଖବର ସଂଗ୍ରହ କରିବା ବେଳେ ସହଯୋଗ କରିବା ପାଇଁ ଦାବି କରିଛନ୍ତି। ଝରଣୀ ପଂଚାୟତର ଅଭିଯୁକ୍ତ ମାନଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ତହସିଲଦାରଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି।

Advertisement