Thursday, September 17, 2026
ADVERTISEMENT
Home ଜିଲ୍ଲା ସେବାସପ୍ତାହ ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ସେବାସପ୍ତାହ ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

595
ADVERTISEMENT

ବଲାଙ୍ଗୀର,୧୯/୯( ସୁନୀଲ ତ୍ରିପାଠୀ ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଉପଲକ୍ଷେ ସେବା ସପ୍ତାହ ପାଳନ କରାଯାଇଛି । ଏହି ପରିପ୍ରେକ୍ଷୀରେ ପୁଇଁନ୍ତଲା ବ୍ଲକ ମହୀମୁଣ୍ଡା ମଣ୍ଡଳର ଦଶପୁର ଗ୍ରାମ ପଂଚାୟତ ଉଚ୍ଚ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ୧୯ ନଂ. ଜୋନ ଜିଲ୍ଲା ପରିଷଦ ସଭ୍ୟ , ରାଜ କିଶୋର ନାଏକ, ଦଶପୁର ଗ୍ରାମ ପଂଚାୟତ ଉଚ୍ଚ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସରୋଜ ଥାଟି, ନବୀନ କିଶୋର ବେହେରା, ସୁଧାଂଶୁ ପଣ୍ଡା, ପଦ୍ମନାଭ ରାଉତ, ଜଗଦଶୀଶ ଉଦ୍‌ଗାତା, ସଞ୍ଜିବ କୁମାର ବସ୍ତିଆ, ଲକ୍ଷ୍ମଣ ପାତ୍ର, ଶରତ ବିଶ୍ୱାଲ, ଭାଗରଥି ଡାଙ୍ଗ, ପଂଚାନନ ଡାଙ୍ଗ, ସତ୍ୟନାରାୟଣ ଠେଲା, ଅଙ୍ଗଦ ମହାଲିଙ୍ଗ, ସବ୍ୟସାଚି ବସ୍ତିଆ, ସୁଦର୍ଶନ ଅଦାବରିଆ, ଗୋପବନ୍ଧୁ ସାହୁ, ଅସୀତ ମେର୍ଲି, ରାଜିବ ମାଝୀ, ଭାଗରଥି ଦାସ, ପ୍ରଭୃତି ବ୍ୟକ୍ତିମାନେ ଉପରୋକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ .।

Advertisement