Tuesday, September 8, 2026
ADVERTISEMENT
Home ଜିଲ୍ଲା ଜେକେ କାଗଜ କଳର ମନମୁଖୀ କାର୍ଯ୍ୟ, ସାଧାରଣ ଜନତା ହନ୍ତସନ୍ତ : ଜିଲ୍ଲାପାଳଙ୍କୁ ଦାବି...

ଜେକେ କାଗଜ କଳର ମନମୁଖୀ କାର୍ଯ୍ୟ, ସାଧାରଣ ଜନତା ହନ୍ତସନ୍ତ : ଜିଲ୍ଲାପାଳଙ୍କୁ ଦାବି ପତ୍ର

263
ADVERTISEMENT

ରାୟଗଡ଼ା,୨୬/୦୮(ଦରା କଣ୍ଡାଗରୀ) : ଜିଲ୍ଲା ପ୍ରଶାସନ ରାୟଗଡ଼ା,(ଜିଲ୍ଲାପାଳଙ୍କ) ଜରିଆରେ ଜେକେ କାଗଜ କଳକୁ ଏକ ଦାବି ପତ୍ର ପ୍ରଦାନ କରାଗଲା । ଜେକେ ସାନ ଚାନ୍ଧିଲି ଗ୍ରାମରେ ଅନେକ ଲୋକ ଡେଙ୍ଗୁ, ମେଲେରିଆ,ଏମିତି ଅନେକ ସଂକ୍ରମଣ ରୋଗରେ ଆକ୍ରାନ୍ତ ହୋଇଛନ୍ତି । ସେହି ଅଞ୍ଚଳର ଲୋକମାନେ ଅଭିଯୋଗ କରୁଛନ୍ତି ଜେକେ କାଗଜ କଳର ଦୁର୍ଗନ୍ଧ ଦୂଷିତ ପାଣି ଓ ଦୂଷିତ ଧୂଆଁ ଯୋଗୁଁ ଅନେକ ମଶା, ମାଛି ସୃଷ୍ଟି ହୋଉଛି ଓ ବାୟୁମଣ୍ଡଳ ଦୂଷିତ ହେଉଛି । ସେହି ଅଞ୍ଚଳର ୧୦ ଲୋକ ମୃତ୍ୟୁ ହୋଇଛନ୍ତି ,କେତକ ଲୋକ ଏକ ପ୍ରକାର ନୂଆଁ ରୋଗରେ ପିଡୀତ ରକ୍ତରେ (low platelet )୩୦,୪୦ଓ ୫୦ ପରିମାଣ କୁ କମି ଯାଉଛି। ଏହା ଜିଲ୍ଲା ପ୍ରଶାସନ କୁ ଦୁଇ ସପ୍ତାହ ଆଗରୁ ଲିଖିତ ଆକାରରେ ଅଭିଯୋଗ କରାଯାଇଥିଲା କିନ୍ତୁ ଏପର୍ଯ୍ୟନ୍ତ କିଛି ସମାଧାନ ମିଳି ନାହିଁ। ଏବେ ଦ୍ବିତୀୟ ତର ଜିଲ୍ଲା ପ୍ରଶାସନକୁ ଦାବି ପତ୍ର ପ୍ରଦାନ କରିଛୁ । ୬୦ ବର୍ଷର ଜେକେ କାଗଜ କଳ ଅଞ୍ଚଳର କ’ଣ ଉନ୍ନତି କଲା , ବର୍ଷକୁ କେତେ ଯୁବକ ମାନଙ୍କୁ ଚାକିରି ସୁଯୋଗ ଦେଉଛି,ଦୁଷିତ ଜଳ ଓ ବାୟୁରୁ ଲୋକଙ୍କୁ ବଞ୍ଚିତ କରିବା ପାଇଁ କମ୍ପାନୀ ତରଫରୁ କ’ଣ ପଦକ୍ଷେପ ନିଆଯାଇଛି, ବର୍ଷକୁ କେତେ ଟଙ୍କା ଅଞ୍ଚଳର ଉନ୍ନତି ପାଇଁ ଖର୍ଚ୍ଚ ‌ହେଉଛି , କ୍ରୀଡାର ଉନ୍ନତି ପାଇଁ କ’ଣ କରୁଛି । ଯଥା ଶୀଘ୍ର ଏହାର ସଠିକ ସମାଧାନ ନ ହେଲେ ଅଞ୍ଚଳ ବାସୀ ରାଜ ରାସ୍ତାକୁ ଓଲ୍ହାଇବେ ବୋଲି ଚେତାବନୀ ଦେଇଛନ୍ତି ।

Advertisement