ରାୟଗଡ଼ା,୩୦/୬(ଡ଼ି.ଏଚ ବ୍ୟୁରୋ):-ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ମନ୍ଦିରର ୯ଟି ଦାନ ହୁଣ୍ଡି ଖୋଲାଯାଇ ୧ କୋଟି ୨୨ ଲକ୍ଷ ୨୯ ହଜାର ୬୨୩ ଟଙ୍କା ନଗଦ, ୩୨ ଗ୍ରାମ ସୁନା ଓ ୧ କେଜି ୩୦୦ ଗ୍ରାମ ରୂପା ମିଳିଛି। ଅନଲାଇନ୍ ଦାନ ସହ ମୋଟ ସଂଗ୍ରହ ୧ କୋଟି ୨୬ ଲକ୍ଷ ୨୬ ହଜାର ୮୭୪.୩୫ ଟଙ୍କାରେ ପହଞ୍ଚିଛି। ଏଥିସହ ୯ଟି ଦେଶର ବିଦେଶୀ ମୁଦ୍ରା ମଧ୍ୟ ମିଳିଛି।


















