Thursday, September 17, 2026
ADVERTISEMENT
Home ଜିଲ୍ଲା ନୂଆଖାଇ ପର୍ବକୁ ଭିନ୍ନ ଢଙ୍ଗରେ ପାଳନ କରିବା ପାଇଁ ଜଳିଆ ଗ୍ରାମବାସୀଙ୍କ ବୈଠକ

ନୂଆଖାଇ ପର୍ବକୁ ଭିନ୍ନ ଢଙ୍ଗରେ ପାଳନ କରିବା ପାଇଁ ଜଳିଆ ଗ୍ରାମବାସୀଙ୍କ ବୈଠକ

601
ADVERTISEMENT

ବଲାଙ୍ଗୀର,୨୧/୮(ସୁନୀଲ ତ୍ରିପାଠୀ) : ନୂଆଁଖାଇ ପର୍ବ କୁ ପୁଣି ଭିନ୍ନ ଢଙ୍ଗରେ ପାଳନ କରିବା ପାଇଁ ଜଲିଆ ଗ୍ରାମରେ ଆଜି ଏ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଛି। ଗ୍ରାମର ଗୌନ୍ତିଆ ନୂଆଁଖାଇ ଦିନ ପ୍ରତ୍ୟେକ ଘର କୁ ବୁଲି ନୂଆଁ-ଚୁରାକୁଣାଁ ବାଣ୍ଟିବେ ଓ ଗ୍ରାମବାସି ସମସ୍ତେ ଗୋଟିଏ ସମୟରେ ନବାନ୍ନ ଖାଇବା ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି। ୫୦୦୦ ଜନସଂଖ୍ୟା ବିଶିଷ୍ଟ ଜଲିଆ ଗ୍ରାମବାସି ନିଜ ଘରେ ଥାଇ ଗାଁ ଗୈାନ୍ତିଆଙ୍କ ଠାରୁ ପାଇଥିବା ପ୍ରସାଦ ଏକା ସମୟରେ ଗ୍ରହଣ କରି ସମଗ୍ର ପଶ୍ଚିମ ଓଡ଼ିଶାକୁ ଏକତାର ବାର୍ତା ଦେବେ ଓ କୋରୋନା ଭାଙ୍ଗି ପାରିବ ନାହିଁ ଆମ ଗାଁ ର ପରମ୍ପରା ଆମ ଗାଁ ର ଏକତା ବୋଲି ଗୌନ୍ତିଆ ଲଳିତ ମୋହନ ବୁଡ଼େକ କହିଛନ୍ତି। ଉକ୍ତ ସଭାରେ ସିପୁନ ଖମାରୀ, ଲଳିତ ମୋହନ ରାଉତ, ଟିକେଚନ ମଲ୍ଲିକ, କୁମର ସାହୁ, ରାମ ପ୍ରଧାନ, ସମ୍ପଦ ଦଣ୍ଡସେନା, ପିଣ୍ଟୁ ବୁଡ଼େକ, ଗଣେଶ ବୁଡ଼େକ, ପଞ୍ଚା ଥାନାପତି ଓ ଅନ୍ୟାନ୍ୟ ଗ୍ରାମବାସୀ ଉପସ୍ଥିତ ଥିଲେ।

Advertisement