Thursday, September 17, 2026
ADVERTISEMENT
Home ଜିଲ୍ଲା ସୋନପୁର ପ୍ରଭାସ ଲଜ ଠାରେ ବିଜେପି ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଏକ ସାଂଗଠନିକ ବୈଠକ

ସୋନପୁର ପ୍ରଭାସ ଲଜ ଠାରେ ବିଜେପି ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଏକ ସାଂଗଠନିକ ବୈଠକ

224
ADVERTISEMENT

ବଲାଙ୍ଗୀର ,୧୩/୦୮,( ଦେବବ୍ରତ ଗୁରୁ ) : ସୋନପୁର ଜିଲ୍ଲା ସଭାପତି ଶ୍ରୀ ପ୍ରମୋଦ କୁମାର ମହାପାତ୍ର ଙ୍କ ସଭାପତିତ୍ୱରେ ଏକ ସାଂଗଠନିକ ବୈଠକ ରେ ନୁଆଁ ସୁବର୍ଣ୍ଣପୁର ଜିଲ୍ଲା ପ୍ରଭାରୀ କଳାହାଣ୍ଡି ଜିଲ୍ଲା ବିଜେପିର ପୂର୍ବତନ ଜିଲ୍ଲା ସଭାପତି, କଳାହାଣ୍ଡି ଜିଲ୍ଲା ଓକିଲ ସଂଘର ପୂର୍ବତନ ସଭାପତି ଶ୍ରୀ ଭବେନ୍ଦ୍ର ପଣ୍ଡା ଯୋଗ ଦେଇଥିଲେ। ଏହି ବୈଠକରେ ଦଳର ଅଶୋକ ପୁରୋହିତ, ବଳଦେବ ବେଦବାକ, ରାଜକିଶୋର ମେଣ୍ଡେଲି, ସୁରେସ ମହଲା, ଜିଲ୍ଲା ପରିଷଦ ଉପସଭାପତି ରୁଦ୍ରକିଶୋର ମହଲା ପ୍ରମୁଖ ମଞ୍ଚାସିନ ଥିଲେ। ସମସ୍ତ ମଣ୍ଡଳ ସଭାପତି, ପୂର୍ବତନ ମଣ୍ଡଳ ସଭାପତି, ଡିଜିଟାଲ କୋଡ଼ିନେଟର ଓ ସହ ଡିଜିଟାଲ କୋଡ଼ିନେଟର ଙ୍କ ସହିତ ସମସ୍ତ ବରିଷ୍ଠ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ। ଭବିଷ୍ୟତରେ କେନ୍ଦ୍ର ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ଗୁଡିକ ଗ୍ରାମାଞ୍ଚଳରେ କିପରି ସଫଳ ରୂପାୟନ ହେବ ଓ ଏହି ଯୋଜନା ଗୁଡିକରେ କୌଣସି ପ୍ରକାର ଦୁର୍ନୀତିକୁ ବିଲକୁଲ ବରଦାସ୍ତ କରନ୍ତୁ ନାହିଁ ବୋଲି ପ୍ରଭାରୀ ଶ୍ରୀ ପଣ୍ଡା ଉପସ୍ଥିତ ଥିବା କର୍ମକର୍ତାଙ୍କୁ ଆହ୍ୱାନ ଦେଇଥିଲେ।

Advertisement