Thursday, September 24, 2026
ADVERTISEMENT
Home ଜିଲ୍ଲା ଜେ.କେ.କାଗଜ କଳର ମନମୁଖୀ କାର୍ଯ୍ୟ : ଚାନ୍ଧିଲି ଗ୍ରାମ ବାସୀ ଭୋଗୁଛନ୍ତି ନାହିଁ ନଥିବା...

ଜେ.କେ.କାଗଜ କଳର ମନମୁଖୀ କାର୍ଯ୍ୟ : ଚାନ୍ଧିଲି ଗ୍ରାମ ବାସୀ ଭୋଗୁଛନ୍ତି ନାହିଁ ନଥିବା ଅସୁବିଧା

426
ADVERTISEMENT

ରାୟଗଡ଼ା,୧୨/୮,(ଦରା କଣ୍ଡାଗରୀ) : ଜେକେପୁର ଚାନ୍ଧିଲି ପଞ୍ଚାୟତ , ସାନ ଚାନ୍ଧିଲି ଗ୍ରାମ ବାସୀଙ୍କ ଅଭିଯୋଗ କରୁଛନ୍ତି। ଆମ ଗ୍ରାମ (ଜେ କେ କାଗଜ କଳ ) ରୁ ମାତ୍ର ୪୦୦ ମିଟର ଦୂରରେ ଅବସ୍ଥିତ ଆମ ଗ୍ରାମରେ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଗୋଟିଏ ସପ୍ତାହ ମଧ୍ୟରେ ୬ ଲୋକ ମୃତ୍ୟୁ ହୋଇଛନ୍ତି। ଆମେ ଗ୍ରାମରେ ୪୦ ବର୍ଷରୁ ଉର୍ଦ୍ଧ୍ବ ହେବ ଆମେ ବସବାସ କରିଆସୁଛୁ ଓ ସରକାରକୁ ଭୋଟ୍ ଦେଇଆସିଛୁ। ଯେକୋୖଣସି ଅସୁବିଧାରେ ସରକାରଙ୍କୁ ଆବେଦନ କଲେ ତୁମର ପ୍ରାବେଟ୍ ସାହି ବା ଗ୍ରାମ ଆମର ସାରଣୀରେ ଅନ୍ତର୍ଭୁକ୍ତ ନାହିଁ କାମ କରାହେବ ନାହିଁ ବୋଲି ସେମାନେ କହିଥାନ୍ତି। ଆମ ଗାଁ ଚାରିଆଡ଼େ (ଜେକେ କାଗଜ କଳ) ଦୁର୍ଗନ୍ଧ ପାଣି ଓ ଦୂଷିତ ଧୂଆଁ, ଅଳିଆ ଆବର୍ଜ୍ଜନା ଅପରିସ୍କାର ଯୋଗୁଁ ଅନେକ ପ୍ରକାରର ମଶା ,ମାଛି, ନାନା ପ୍ରକାର କିଟୋ ସୃଷ୍ଟି ହୋଇ ଆମେ ନାନା ରୋଗରେ ପୀଡିତ ହେଉଛୁ। ଜେକେ କାଗଜ କଳ ଡ୍ରେନ ପାଣି ଆମ ଗାଁ ଚାରିଆଡ଼େ ଘେରିହୋଇ ରହିଛି ଜେକେ କତ୍ତୃପକ୍ଷ ଡ୍ରେନ ଓ ଅଞ୍ଚଳର ଅଳିଆ ଆବର୍ଜ୍ଜନା ସଫା ନକରିବା ଦ୍ବାରା ଗାଁ ଲୋକ ଏବଂ ଅଞ୍ଚଳର ଲୋକମାନେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଜେକେ କାଗଜ କଳ ତରଫରୁ ଗାଁ ଅଞ୍ଚଳର ଲୋକମାନଙ୍କୁ ଆମ୍ବୁଲାନ୍ସ ସୁବିଧା ସୁଯୋଗ ଠିକ୍ ଭାବରେ ମିଳୁପାରୁ ନାହିଁ। ଏହି ଅଞ୍ଚଳର ଲୋକମାନଙ୍କୁ ଜେକେ କଳ ଦ୍ବାରା ଠିକ୍ ସ୍ବାସ୍ଥ୍ୟ ସେବା ସୁଯୋଗ, ଠିକ୍ ପାଠପଢା ସୁଯୋଗ, ଠିକ୍ ଖେଳ ଉନ୍ନତି ସୁଯୋଗ, ଠିକ୍ ଚାକିରି ସୁଯୋଗ ଅଜି ପ୍ରଯନ୍ତ ମିଳି ପାରୁନାହିଁ । ଏବଂ ଅଞ୍ଚଳର ଲୋକମାନେ ଆମର ଅସୁବିଧା ଜିଲ୍ଲା ପ୍ରଶାସନ ପକ୍ଷରୁ ସମାଧାନ କରାଯାଉ ବୋଲି ଦାବି କରିଛନ୍ତି ନ ହେଲେ ଆମେ ନ୍ୟାୟ ପାଇଁ ରାଜ ରାସ୍ତାରେ ଆନ୍ଦୋଳନ କରିବୁ କହିଛନ୍ତି। ରାୟଗଡ଼ା ଜିଲ୍ଲାର ଭାରତ ଗଣତାନ୍ତ୍ରିକ ଯୁବ ଫେଡ୍ରସନ୍ ଆବାହକ ଭଲମନ୍ଦ ବୁଝାବୁଝି କରିଥିଲେ। ଏବଂ ଅଞ୍ଚଳର ଲୋକମାନଙ୍କୁ ଭରସା ଦେଇଥିଲେ ଆମେ ଜିଲ୍ଲା ପ୍ରଶାସନକୁ ଏହାର ସମାଧାନ ପାଇଁ ଅନୁରୋଧ କରିବୁ , ରାୟଗଡ଼ା ବିଧାନ ସଭା ମଣ୍ଡଳୀର ବିଧାୟକଙ୍କୁ ଓ କୋରାପୁଟ ଲୋକସଭା ସାଂସଦଙ୍କୁ ମଧ୍ୟ ଏହାର ସମାଧାନ ପାଇଁ ଅନୁରୋଧ କରିବୁ।ଯୋଦି ନ ହୁଏ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଚିଠି କରିବୁ ,ଏହାର କାର୍ଯ୍ୟନୁଷ୍ଠାନ ନହେଲେ ଆନ୍ଦୋଳନକୁ ଓଲ୍ଲାଇବେ ବୋଲି ଚେତାବନୀ ଦିଆଯାଇଛି ।

Advertisement