Thursday, September 17, 2026
ADVERTISEMENT
Home ଜିଲ୍ଲା ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ପୁଇଁତଳା ବ୍ଲକ ଶାଖା ର କାର୍ଯ୍ୟାଳୟ ଶୁଭାରମ୍ଭ

ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ପୁଇଁତଳା ବ୍ଲକ ଶାଖା ର କାର୍ଯ୍ୟାଳୟ ଶୁଭାରମ୍ଭ

180
ADVERTISEMENT

ବଲାଙ୍ଗୀର,୧୦/୮,(ଦେବବ୍ରତ ଗୁରୁ): ସାମାଜିକ ଅନୁଷ୍ଠାନ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ପୁଇଁତଳା ବ୍ଲକ ଶାଖା ର ଗୋଟେ କାର୍ଯ୍ୟାଳୟ ଦଶପୁର ପଞ୍ଚାୟତରେ ଶୁଭାରମ୍ଭ କରାଯାଇଛି।ଦୀର୍ଘ ପାଞ୍ଚ ବର୍ଷ ହେବ ଅନବରତ ଭାବରେ ଅନୁଷ୍ଠାନ ଅସହାୟ ମାନଙ୍କ ମୁହଁ ରେ ହସ ଫୁଟେଇବା ପାଇଁ ବିଭିନ୍ନ କାର୍ଯ୍ୟ କରି ଆସୁଛି। ଆହୁରି ଲୋକଙ୍କ ନିକଟତର ହୋଇ ଅସହାୟ ମୁହଁ ରେ ହସ ଫୁଟେଇବା ପାଇଁ କାର୍ଯ୍ୟାଳୟ ଆରମ୍ଭ କରାଯାଇଛି ବୋଲି ଅନୁଷ୍ଠାନ ତରଫରୁ କୁହାଯାଇଛି..
ଅନୁଷ୍ଠାନ ର ଜିଲ୍ଲା ସଭାପତି ସୋମନାଥ ମିଶ୍ର, ସମ୍ପାଦକ ବିବେକ ପଟେଲ ଯୋଗଦେଇ କାର୍ଯ୍ୟାଳୟ କୁ ଶୁଭାରମ୍ଭ କରିଥିଲେ।ଏହି ଅବସରରେ ବିଙ୍ଗ ହ୍ୟୁମାନ ଦଶପୁର ର ସଂଯୋଜକ ହେମନ୍ତ ଛୁରିଆ , ବନ୍ଧପଡ଼ା ଶାଖା ର ସଂଯୋଜକ ଶ୍ରୀପତି ପଧାନ, ଛତାପିପଲ ଶାଖା ର ପ୍ରେମରାଜ ପଧାନ, ଚନ୍ଦ୍ରଭାନୁ ଦାସ, ପ୍ରଶାନ୍ତ ଦାସ, ଚତୁର୍ଭୁଜ ଜାଣି, ସତ୍ୟ ପଧାନ, ଚନ୍ଦ୍ରକାନ୍ତ ରଣା, ଶରତ ଡାଙ୍ଗ, ଦୀନବନ୍ଧୁ ପଧାନ, ଆଶିଷ ପଧାନ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ।

Advertisement