Friday, September 18, 2026
ADVERTISEMENT
Home ଜିଲ୍ଲା ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ତରଫରୁ ରକ୍ତଦାନ ଶିବିର

ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ତରଫରୁ ରକ୍ତଦାନ ଶିବିର

194
ADVERTISEMENT

ବଲାଙ୍ଗୀର,୦ ୪/୦୮(ଦେବବ୍ରତ ଗୁରୁ) : ସାରା ଦେଶରେ ଏବେ ଲକ ଡାଉନ ଚାଲିଛି ଏହି ମହାମାରୀ ସମୟରେ ବଲାଙ୍ଗୀର ରକ୍ତ ଭଣ୍ଡାର ରେ ପୁଣି ରକ୍ତଅଭାବ ଦେଖା ଦେଇଛି ବହୁ ରୋଗୀ ସହ ଗର୍ଭବତୀ, ଥାଲାସେମିଆ ରୋଗୀ ମଧ୍ୟ ରକ୍ତ ପାଇଁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ।ଏହି ସମୟରେ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ତରଫରୁ ଆଗଲପୁର ବ୍ଲକ ଅନ୍ତର୍ଗତ ନଅ ଗାଁ (କ ) ର ପଞ୍ଚାୟତ କାର୍ଯ୍ୟାଳୟ ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ଅନୁଷ୍ଠାନ ର ସକ୍ରିୟ ସଦସ୍ୟ ତଥା ସମାଜସେବୀ ମାଧବଚନ୍ଦ୍ର ନାଏକ, ନଗାଁ ସରପଞ୍ଚ ଆନନ୍ଦ ବିଶି, ସଂଜୀବ ସାହୁଙ୍କ ଉଦ୍ୟମକ୍ରମେ ଆୟୋଜନ ହୋଇଥିଲା, ଏହି ଶିବିରରେ କୋଭିଡି ନିୟମ ମାନି ୩୨ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା,ଏହି ଶିବିର ରେ ବିଙ୍ଗ ହ୍ୟୁମାନ ଆଗଲପୁର ଶାଖା ର ସଭାପତି ପ୍ରେମାନନ୍ଦ ପଧାନ, ସମ୍ପାଦକ ସଂଯୋଗ ସାହୁ, ଲୋଇସିଂହା ସଭାପତି ଅଜୟ ବେହେରା, ମୁକେଶ ସାହୁ ସଂଯୋଜନା କରିଥିଲେ।
ବଲାଙ୍ଗୀର ଜିଲ୍ଲା କୁ ରାଜ୍ୟ ସରକାର ଏକ ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଯାନ ଦେଇଥିବା ବେଳେ ତାହା ଏବେ ଖରାପ ରହି ପଡ଼ିରହିଛି ଏପ୍ରତି କେହି ବି ଧ୍ୟାନ ଦେଉନାହାନ୍ତି ସେଥିପାଇଁ ଏହି ସମୟରେ ରକ୍ତଦାନ ଶିବିର କରିବା ବହୁ ଅସୁବିଧା ହେଉଛି , ଏହି ଯାନ କୁ ଖୁବ ଶୀଘ୍ର କାର୍ଯ୍ୟକାରୀ କରିବାକୁ ଅନୁଷ୍ଠାନ ର ଜିଲ୍ଲା ସମ୍ପାଦକ ବିବେକ ପଟେଲ ଦାବି କରିଛନ୍ତି।

Advertisement