ଅଗ୍ନିକାଣ୍ଡରେ ୩ ବଖରା ନଷ୍ଟ

95
ADVERTISEMENT

ବାଲେଶ୍ବର,୩୧/୭,(ନରେନ୍ଦ୍ର ପ୍ରସାଦ ବେହେରା) : ବାଲେଶ୍ବର ଜିଲ୍ଲା ଖଇରା ତହସିଲ ଗଣ୍ଡିବେଡ଼ ଆର ଆଇ ଅଧିନ ଝାଟିଆ ଗ୍ରାମରେ ଅଗ୍ନିକାଣ୍ଡ ଘଟି ୩ ବଖରା ଘର ପୋଡି ନଷ୍ଟ ହୋଇଥିବାର ଜଣାଯାଇଛି । ଉକ୍ତ ଗ୍ରାମର ଗୋବିନ୍ଦ ଗୋପାଳ ବେହେରା ପି ସନାତନ ବେହେରାଙ୍କ ଘର ଦିବା ପ୍ରାୟ ୧୧ ଘଟିକା ସମୟରେ ହଠାତ୍ ଜଳି ଉଠିଥିଲା । ପ୍ରଥମେ ପାଖପଡୋଶୀ ଘଟଣା ସ୍ଥଳକୁ ଦୌଡିଆସି ଉଦ୍ଧାର କାର୍ଯ୍ୟରେ ଲାଗି ପଡିଥିଲେ । ପରେ ଖବରପାଇ ଖଇରା ଅଗ୍ନିଶମ ସେବା ବାହିନୀର କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଏଥିରେ ଘରର ସମସ୍ତ ଯାବତୀୟ ଆସବାବପତ୍ରକୁ ମିଶାଇ ପ୍ରାୟ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବାର ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଗଣ୍ଡିବେଡ଼ ଆର ଆଇ ମିନାରାଣୀ ସିଅଳ ଘଟଣା ସ୍ଥଳକୁ ଯାଇ ତଦନ୍ତ କରି ଫେରିଛନ୍ତି । ଆକଳନ ପରେ କ୍ଷୟକ୍ଷତିର ପରିମାଣ ଲୋକଲୋଚନକୁ ଆସିବ ବୋଲି ସାଧାରଣରେ ଆଲୋଚନା ହୋଇଛି । ନିଆଁ ଲିଗିବାର କାରଣ ଜଣାପଡି ନ ଥିଲେ ମଧ୍ୟ ବିଦ୍ଯୁତ୍ ଯୋଗୁଁ ହୋଇଥିବାର ଅନୁମାନ କରାଯାଉଛି ।

Advertisement