ବାଲେଶ୍ୱର,୧୮।୦୭(ଡ଼ି.ଏଚ ବ୍ୟୁରୋ):-ବାଲେଶ୍ୱର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଆଜିମାବାଦ୍ ଅଞ୍ଚଳର ଏକ ଭଡ଼ା ଘରେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତକ ଜଗତସିଂହପୁର ଜିଲ୍ଲାର ରଶ୍ମିରଞ୍ଜନ ସେଠୀ ହୋଇଥିବାବେଳେ ମୃତକଙ୍କ ପରିବାର ଲୋକେ ଏହା ଆତ୍ମହତ୍ୟା ନୁହେଁ ବରଂ ଏକ ସୁଚିନ୍ତିତ ଯୋଜନାବଦ୍ଧ ହତ୍ୟା ବୋଲି ଅଭିଯୋଗ ଆଣି ଏଥିରେ ତାଙ୍କ ସ୍ତ୍ରୀ ସମେତ ସ୍ତ୍ରୀଙ୍କ ପ୍ରେମିକ ଓ ପରିବାର ଲୋକେ ସାମିଲ୍ ଥିବା କହିଛନ୍ତି । ସେପଟେ ମିଳୁନି ମୃତକ ସ୍ତ୍ରୀଙ୍କ ପତ୍ତା।


















