ଟ୍ରଲର ଭିତରେ ୯ ଜଣ ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର l

2
ADVERTISEMENT

ଭୋଗରାଇ,୧୩|୦୭(ଡ଼ି.ଏଚ ବ୍ୟୁରୋ):-୧୬ ମତ୍ସ୍ୟଜୀବୀଙ୍କ ନେଇ ନିଖୋଜ ଥିବା ଟ୍ରଲର “ଜୟ ମା’ କାଳୀ” ପଶ୍ଚିମବଙ୍ଗର କାକଦ୍ଵୀପ ରକ୍ତେଶ୍ବର ଚଡ ପାଖ ସମୁଦ୍ରରୁ ଉଦ୍ଧାର ହୋଇଛି । ଉଦ୍ଧାର ଟ୍ରଲର ଭିତରେ ୯ ଜଣ ମତ୍ସ୍ୟଜୀବୀଙ୍କ ମୃତଦେହ ଦେଖିବାକୁ ମିଳିଥିବାବେଳେ ଅନ୍ୟ ମତ୍ସ୍ୟଜୀବୀଙ୍କୁ ଖୋଜିବା ପାଇଁ ସମୁଦ୍ରର ବିଭିନ୍ନ ଅଞ୍ଚଳରେ ତଲାସି ଜାରି ରହିଛି l ଉକ୍ତ ଟ୍ରଲର ପଶ୍ଚିମବଙ୍ଗର ଦୀଘା ଶଙ୍କରପୁର ଜେଟିରୁ ଗତ ଜୁଲାଇ ୨ ତାରିଖରୁ ସମୁଦ୍ରକୁ ବାହାରିଥିଲା।

Advertisement