ବଲାଙ୍ଗୀର ,୨୮/୭,(ଦେବବ୍ରତ ଗୁରୁ) : ମଙ୍ଗଳବାର ସିନ୍ଧେକେଲା ତେରାପଂଥ ଭବନଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ରକ୍ତଦାନ ଶିବିରରେ ମୋଟ ୫୭ୟୁନିଟ ରକ୍ତ ସଂଗ୍ରହ ହୋଇଛି l ଏହି ରକ୍ତଦାନ ଶିବିରରେ ସିନ୍ଧେକେଲା ଥାନାର ଥାନା ଅଧିକାରୀ ଶ୍ରୀ ଅନନ୍ତ ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ l ଓଡିଶା ପ୍ରାନ୍ତୀୟ ସଭାର ଅଧ୍ୟକ୍ଷ ଶ୍ରୀ ଛାତ୍ରପାଳ ଜୀ ଜୈନ, ତେରପଂଥ ସଭା ସିନ୍ଧେକେଲାର ଅଧ୍ୟକ୍ଷ ଶ୍ରୀ ସୁନୀଲ ଜୀ ଜୈନ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ l କୋରୋନା ନିୟମକୁ ମାନି ସୋସିଆଲ ଡିଷ୍ଟାନ୍ସ ରଖି ଏବଂ ମାସ୍କ ପିନ୍ଧି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l






















