ଭାରତ ଅଭିମୁଖେ ୫ଟି ରାଫେଲ ବିମାନ • ପାଗ ଭଲ ରହିଲେ ୨୯ ତାରିଖରେ ଅମ୍ବାଲା ବାୟୁସେନା ଘାଟିରେ ପହଞ୍ଚିବ

192
IAF
ADVERTISEMENT

ନୂଆଦିଲ୍ଲୀ,୨୮-୦୭(ପିଆଇବି): ଫ୍ରାନ୍ସରୁ ପ୍ରଥମ ପର୍ୟ୍ୟାୟରେ ଆଜି ୫ଟି ରାଫେଲ ଲଢୁଆ ବିମାନ ଭାରତକୁ ଆସିବା ପ୍ରକ୍ରିୟା ଆରମ୍ଭ ହୋଇଛି । ଭାରତୀୟ ବାୟୁସେନା ପାଇଁ ଉଦ୍ଦିଷ୍ଟ ଏହି ବିମାନ ମଧ୍ୟରୁ ଆଜି ସକାଳୁ ୫ଟି ଫ୍ରାନ୍ସର ମେରିୟାଙ୍କ ସ୍ଥିତ ଡାସଲ୍‌ଟ ବିମାନ ତିଆରି କାରଖାନାରୁ ଯାତ୍ରା ଆରମ୍ଭ କରିଛି । ଏହି ବିମାନ ମଧ୍ୟରେ ୩ଟି ସିଙ୍ଗଲ୍‌ ସିଟ୍‌ର ଓ ଦୁଇଟି ଟ୍ଵିଇନ୍‌ ସିଟ୍‌ର ରହିଛି ।

ଏହି ବିମାନ ଆଣିବା କାର୍ୟ୍ୟ ଦୁଇ ପର୍ୟ୍ୟାୟରେ ସଂପନ୍ନ ହେବାକୁ ଯୋଜନା ପ୍ରସ୍ତୁତ କରଯାଇଛି । ଭାରତୀୟ ବିମାନ ବାହିନୀର ପାଇଲଟମାନେ ଏଗୁଡିକୁ ଭାରତ ଆଣିବେ । ଏଥିପାଇଁ ଭାରତୀୟ ବାୟୁସେନାର ପାଇଲଟମାନଙ୍କୁ ପୂର୍ଣ୍ଣାଙ୍ଗ ତାଲିମ ପ୍ରଦାନ କରାଯାଇଛି । ପ୍ରଥମ ପର୍ୟ୍ୟାୟରେ ଯେଉଁ ବିମାନ ଆସୁଛି ସେଥିରେ ଆକାଶମାର୍ଗରେ ଇନ୍ଧନ ଭରିବା ବ୍ୟବସ୍ଥା ହୋଇଛି । ଉଡନ୍ତା ଅବସ୍ଥାରେ ଇନ୍ଧନ ବୋଝେଇ ବିମାନରୁ ଏହି ଲଢୁଆ ବିମାନକୁ ଇନ୍ଧନ ଯୋଗାଇ ଦିଆଯିବ । ଆକାଶ ମାର୍ଗରେ ରାଫେଲ ବିମାନକୁ ଇନ୍ଧନ ଯୋଗାଣ ପାଇଁ ଫରାସୀ ବାୟୁସେନା ସ୍ୱତନ୍ତ୍ର ସମର୍ପିତ ଟ୍ୟାଙ୍କର ବ୍ୟବସ୍ଥା କରିଛି । ଆସନ୍ତା ୨୯ ତାରିଖରେ ଏହି ୫ଟି ଯାକ ବିମାନ ଅମ୍ବାଲା ବାୟୁସେନା ଘାଟିରେ ପହଞ୍ଚିବ ବୋଲି ଆଶା କରାଯାଉଛି । ତେବେ ପାଗ ଭଲ ରହିଲେ ଏହା ନିର୍ଦ୍ଧାରିତ ତାରିଖରେ ପହଞ୍ଚିଯିବ । ଅମ୍ବାଲା ସ୍ଥିତ ସ୍କ୍ୱାର୍ଡନ ନଂ ୧୭ ବା ଗୋଲ୍‌ଡେନ ଆରୋ ଏଥିପାଇଁ ପ୍ରସ୍ତୁତ ହୋଇ ରହିଛି ।

Advertisement