Friday, September 18, 2026
ADVERTISEMENT
Home ଜିଲ୍ଲା ଚିକିତ୍ସା ପାଇଁ ଆସୁଥିବା ଏକ ବୃଦ୍ଧା ଦମ୍ପତିଙ୍କୁ ଟ୍ରକ ଧକ୍କା : ଘଟଣାସ୍ଥଳରେ ଜଣକର ମୃତ୍ୟୁ

ଚିକିତ୍ସା ପାଇଁ ଆସୁଥିବା ଏକ ବୃଦ୍ଧା ଦମ୍ପତିଙ୍କୁ ଟ୍ରକ ଧକ୍କା : ଘଟଣାସ୍ଥଳରେ ଜଣକର ମୃତ୍ୟୁ

410
ADVERTISEMENT

ବଲାଙ୍ଗୀର,୨୫/୭(ସୁନୀଲ ତ୍ରିପାଠୀ) : ରାଜନୈତିକ ଅପାରଗତା ଯୋଗୁଁ ଜରାଜୀର୍ଣ୍ଣ ସ୍ୱପ୍ନ ହୋଇଛି ବଲାଙ୍ଗିର ବାଏପାସ୍। ଆଗରୁ ଅନେକ ଜୀବନ ଗଲାଣି କିନ୍ତୁ କାହାର ବି ନିଦ ଭାଙ୍ଗିନାହିଁ । ଆଜି ବଲାଙ୍ଗିର ଓଁକାର ଛକ( କଲେକ୍ଟର ଅଫିସ୍ ସାମ୍ନା) ରେ ଚନ୍ଦନଭାଟିରୁ ଚିକିତ୍ସା ପାଇଁ ଆସୁଥିବା ଏକ ବୃଦ୍ଧ ଦମ୍ପତ୍ତିଙ୍କୁ ଟ୍ରକ ଧକ୍କା ଦେଇଛି, ଘଟଣା ସ୍ଥଳରେ ବୃଦ୍ଧା ରଜନୀ ସାହୁଙ୍କର ମୃତ୍ୟୁ ହୋଇଥିବା ବେଳେ ବୃଦ୍ଧ ସଉକି ଓରଫ୍ ଶତ୍ରୁଘ୍ନ ସାହୁ ଆହତ ହୋଇଛନ୍ତି। ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠେଇଥିବା ବେଳେ ଟ୍ରକ ଡ୍ରାଇଭରକୁ ସୋନପୁର ରୋଡ଼ କଲ୍ୟାଣ ମଣ୍ଡପ ନିକଟରୁ ଗିରଫ୍ କରିଛି । ସୂଚନା ଅନୁସାରେ ସେହି ଟ୍ରକ ଧକ୍କାରେ ଆଉ ୩-୪ ଜଣ ଆହତ ହୋଇଛନ୍ତି।

Advertisement