Tuesday, September 8, 2026
ADVERTISEMENT
Home Uncategorized ମାଙ୍କଡ଼ ଆକ୍ରମଣର ଶିକାର ପରିବାରକୁ ସହଯୋଗ

ମାଙ୍କଡ଼ ଆକ୍ରମଣର ଶିକାର ପରିବାରକୁ ସହଯୋଗ

230
ADVERTISEMENT

କୁକୁଡାଖଣ୍ଡି,୨୪/୭(ଇ.ରଞ୍ଜନ) : ଅଙ୍କୁଶପୁର ଗ୍ରାମରେ ଗତ ଜୁଲାଇ ମାସର ୧୩ ତାରିଖ ଦିନ ଗାଁରେ ମାଙ୍କଡ଼ ଆତଙ୍କ ଦେଖା ଦେଇଥିଲା ତେବେ ସେହି ଘଟଣାରେ ଗାଁର ୬ ଜଣ ଲୋକଙ୍କୁ ମାଙ୍କଡ଼ କାମୁଡି ଥିଲା। ସେମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତିଙ୍କୁ ମାଙ୍କଡ଼ ପାଞ୍ଚ ଜାଗାକୁ କାମୁଡି କ୍ଷତ ବିକ୍ଷତ କରିଥିଲା। ସେ ପରିବାରର ଅତି ଗରିବ ଶ୍ରେଣୀର ଘରର ମୁରବି ଏଭଳି ଆହାତ ହୋଇ ଘରେ ହାତ ବାନ୍ଧି ବସିବା ସହ ଲାକଡାଉନ ଯୋଗୁଁ ସେ ପରିବାରର ଚଳିବାରେ ଅନେକ ଅସୁବିଧା ଦେଖା ଦେଇଥିଲା। ଏହି ଖବର କାହ୍ନା ଚାରିଟେବଲ ଟ୍ରଷ୍ଟର ସଭାନେତ୍ରୀ ରଂଜନା ମିଶ୍ରଙ୍କ ନଜର ଆସିବା ପରେ ସେ ତାଙ୍କର ସଂଗଠନ ତରଫରୁ ସେ ପରିବାରର ବିଷୟ ବସ୍ତୁ ସ୍ଥାନୀୟ ଯୁବଙ୍କର ଦ୍ୱାରା ଖବର ପାଇ ସହଯୋଗ ପାଇଁ ଆଗକୁ ଆସିଥିଲେ। ଆଜି ଆଙ୍କୁଶପୁରର ଆହତ ହୋଇଥିବା ପରିବାର ନିକଟକୁ କିଛି ଆନୁସଙ୍ଗିକ ଶୁଖିଲା ଖାଦ୍ୟ ପ୍ରଦାନ କରିକି ସହଯୋଗ କରିଥିଲେ। ସେ ପରିବାର ମୁଖିଆ ଯେହେତୁ ଗୁରୁତର ଆହତ ତାଙ୍କର ଆସୁ ଆରୋଗ୍ୟ କାମନା ମଧ୍ୟ କରିଥିଲେ। କାହ୍ନା ଚାରିଟେବଲ ଟ୍ରଷ୍ଟ ପାକ୍ଷରୁ ଉକ୍ତ ସହଯୋଗ ପାଇଁ ସଙ୍ଗଠନର ସଦଶ୍ୟ ଆସି ଗାଁରେ ପହଞ୍ଚିଥିଲେ ସଙ୍ଗଠନର ସଦଶ୍ୟ ବିଷ୍ଣୁପ୍ରିୟା ପାଢ଼ୀ,ପ୍ରଣବ ପଣ୍ଡା,ଜଗନାଥ ତ୍ରିପାଠୀ, ସସ୍ମିତା ମିଶ୍ର, ସୌମ୍ୟ କାନ୍ତ ମହାପାତ୍ର ଦୟାରାମ ଯାନୀ ମନୋରଞ୍ଜନ ଚୌଧୁରୀ ଅଶୋକ ପାଣିଗ୍ରାହୀ ଏବଂ ବିଶ୍ୱନାଥ ପାତ୍ର ପ୍ରମୁଖ ସେହି ପରିବାର ନିକଟକୁ ଆସି ସହଯୋଗ ରାଶି ଏବଂ ଶୁଖିଲା ଖାଦ୍ୟ ଚାଉଳ ଅଟା ଡାଲି ପ୍ରଦାନ କରିଥିଲେ। ଅଙ୍କୁଶପୁର କାଳୀମନ୍ଦିର ସାହିର ସଦାନଦ ସାହୁ ,ରବୀନ୍ଦ୍ର ନାଥ ସାହୁ ,ସନ୍ତୋଷ ସାହୁ, ସୁରେଶ ସାହୁ, କୃପା ସାହୁ, ଶିବ ବେହେରା, ଶିବ ସାହୁ ପ୍ରମୁଖ ଉପସ୍ଥିତ ରହି ଏଭଳି କାର୍ଯ୍ୟକ୍ରମ ପାଇଁ ଟ୍ରଷ୍ଟର ସମସ୍ତ ସଦଶ୍ୟଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏବଂ ଏହି ଭଳି ପରିସ୍ଥିତରେ ସହଯୋଗ କରିଥିବା ସଂଗଠନଙ୍କ ସହିତ ହାତକୁ ହାତ ମିଶାଇ ଆଗକୁ ଏହି ପ୍ରୟାସ ଜାରି ରଖିବା ପାଇଁ ନିବେଦନ କରି ପ୍ରଶଂସା କରିଛନ୍ତି।

Advertisement