ନୂଆଦିଲ୍ଲୀ, ୨୩-୦୭(ଡିଏଚ): ମଧ୍ୟପ୍ରଦେଶର ରାଜ୍ୟପାଳ ଶ୍ରୀ ଲାଲଜୀ ଟଣ୍ଡନଙ୍କ ବିୟୋଗରେ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ଏକ ଟ୍ଵିଟରେ କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି, ଶ୍ରୀ ଲାଲଜୀ ଟଣ୍ଡନଙ୍କ ସମଗ୍ର ଜୀବନ ଜନସେବା ପ୍ରତି ସମର୍ପିତ ଥିଲା ।
ଶ୍ରୀ ଅମିତ ଶାହ ଆହୁରି କହିଛନ୍ତି ଯେ, ଜଣେ ସରକାରୀ କର୍ମଚାରୀ ଭାବେ ଶ୍ରୀ ଲାଲଜୀ ଟଣ୍ଡନ ଭାରତୀୟ ରାଜନୀତିରେ ଗଭୀର ଛାପ ଛାଡିଯାଇଛନ୍ତି ଏବଂ ତାଙ୍କ ବିୟୋଗ ଦେଶ ପାଇଁ ଏକ ଅପୂରଣୀୟ କ୍ଷତି । ବିଦାୟୀ ଆତ୍ମାର ଶାନ୍ତି ପାଇଁ ସ୍ଵରାଷ୍ଟ୍ର ମନ୍ତ୍ରୀ ଭଗବାନଙ୍କଠାରେ ପ୍ରାର୍ଥନା କରିବା ସହିତ ତାଙ୍କ ପରିବାର ପ୍ରତି ନିଜର ସମବେଦନା ଜଣାଇଛନ୍ତି ।






















