Wednesday, September 23, 2026
ADVERTISEMENT
Home ଜିଲ୍ଲା ବଦଳି ପରେ ବି ରିଲିଫ ହେଉନାହାନ୍ତି ଏବିଡିଓ

ବଦଳି ପରେ ବି ରିଲିଫ ହେଉନାହାନ୍ତି ଏବିଡିଓ

473
ADVERTISEMENT

ରାୟଗଡ଼ା,୧୬/୭,(ଦରା କଣ୍ଡାଗରୀ) : ରାୟଗଡ଼ା ବ୍ଳକ୍ ର ଏବିଡିଓ ନରସିଂହ ଚରଣ ପଟ୍ଟନାୟକ ଗତ ତା-୨୦-୩-୨୦ ରେ ରାୟଗଡ଼ା ରୁ ମଦନ ରାମପୁର କଳାହାଣ୍ଡି ଜିଲ୍ଲା କୁ ବଦଳି ହୋଇଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ରିଲିଫ ଦେଇନଥିବା ରୁ ୩ ମାସରୁ ଅଧିକ ହେବ ଏପର୍ଯ୍ୟନ୍ତ ରାୟଗଡ଼ା ବ୍ଲକ୍ ରେ କାର୍ଯ୍ୟ କରୁଛନ୍ତି। ସାମାନ୍ୟ ସରକାରୀ କର୍ମଚାରୀ ମାନଙ୍କ ଏହି ପରି ବଦଳି ହୁଏ ତେବେ ସେମାନଙ୍କୁ ଏହିପରି ସୁଯୋଗ ମିଳିବ କି? ନିଜ ଜିଲ୍ଲାରେ ହାରାହାରି ୧୩ ବର୍ଷ କାଳ କାର୍ଯ୍ୟ କରୁଛନ୍ତି ତେଣୁ ରାୟଗଡ଼ା ଜନସାଧାରଣ ଅଭିଯୋଗ ଓ ସାମାନ୍ୟ ସରକାରୀ କର୍ମଚାରୀ ମାନେ ଅଭିଯୋଗ କରୁଛନ୍ତି । ଜଣେ ଉଚ୍ଚ ପଦାଧିକାରୀ ନିଜ ଜିଲ୍ଲାରେ ବହୁ ବର୍ଷ ଧରି ରହିବା ଦ୍ବାରା ନିଜର ସହଯୋଗୀ ମାନଙ୍କ ସ୍ବାର୍ଥ ପାଇଁ ଓ ଦୁର୍ନିତି କରିବା ସମ୍ବାବନା ଅଛି। ତେଣୁ ତାଙ୍କୁ ରିଲିଫ ଦେଇ ତାଙ୍କର ସ୍ଥାନରେ ନୁଆଁ ଏବିଡିଓ ଙ୍କୁ କାର୍ଯ୍ୟକାରୀ ପାଇଁ ଅନୁମତି ଦିଆଯାଉ । ଜିଲ୍ଲାପାଳ ଡାକଭିବାଗ ରେ ଓ PD DRDA ଙ୍କୁ ଗଣତାନ୍ତ୍ରିକ ଯୁବ ଛାତ୍ର ଫେଡରସନ୍( SFI) ଓ ରାୟଗଡ଼ା ଯୁବଗୋଷ୍ଠୀ ଦାବି ପତ୍ର ପ୍ରଦାନ କରିଛନ୍ତି।

Advertisement