Friday, September 18, 2026
ADVERTISEMENT
Home ଜିଲ୍ଲା ମନ୍ତ୍ରୀଙ୍କ ନେତୃତ୍ୱରେ “ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମ

ମନ୍ତ୍ରୀଙ୍କ ନେତୃତ୍ୱରେ “ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମ

246
ADVERTISEMENT

ବାଲେଶ୍ଵର,୧୬/୭,(ନରେନ୍ଦ୍ର ପ୍ରସାଦ ବେହେରା) : ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟଙ୍କ ନିର୍ଦ୍ଦେଶରେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ନେତୃତ୍ୱରେ ଆଜି ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ସାରକୋଣା ପଞ୍ଚାୟତର ସାରକୋଣା ପ୍ରାଥମିକ ନୋଡ଼ାଲ ବିଦ୍ୟାଳୟରେ “ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମର ଶୁଭ ଉଦଘାଟନ ହୋଇଯାଇଛି । କୋଭିଡ୧୯ର ସମସ୍ତ ନିୟମକୁ ମାନି ସାମାଜିକ ଦୂରତା ରକ୍ଷାକରି “ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମ ଅତି ଶୃଙ୍ଖଳିତ ଭାବେ ସମାପ୍ତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବ୍ଲକ ଜୀବନ ବିନ୍ଦୁ କାର୍ଯ୍ୟକ୍ରମର ସଂଯୋଜକ ପ୍ରହଲ୍ଲାଦ ପତି, ବ୍ଲକ ସଭାପତି ବ୍ରଜକିଶୋର ମହାନ୍ତି, ଜିଲ୍ଲାପରିଷଦ ଜୟନ୍ତୀ ମହଲା,ସ୍ଥାନୀୟ ସରପଞ୍ଚ ନୀଳାଦ୍ରୀ ସାହୁ, ସମିତିସଭ୍ୟ ସିଦ୍ଧାର୍ଥ ବେହେରା, ପଞ୍ଚାୟତ ସଭାପତି ସୁଶାନ୍ତ ନାୟକ , ଯୁବ ସଭାପତି ବିଜୟ ବିଶ୍ବାଳ, ବାଲେଶ୍ବର ରକ୍ତ ସଂଗ୍ରହ କାରି ଡାକ୍ତର ମହେଶ୍ୱର ବିଶ୍ବାଳ ଓ ସ୍ଥାନୀୟ ଯୁବକ ସିଦ୍ଧାର୍ଥ ବିଶ୍ବାଳ ଏବଂ ଅମରେନ୍ଦ୍ର ସ୍ବାଇଁ ଯୋଗଦାନ ଦେଇଥିଲେ। ପ୍ରକାଶ ଥାଉକି ପୂର୍ବରୁ ୪୨୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା, ଆଜି ସାରକୋଣା ପଞ୍ଚାୟତରୁ ସଂଗ୍ରହ ହୋଇଥିବା ୬୪ ୟୁନିଟସ କୁ ମିଶାଇ ସମୁଦାୟ ୪୮୪ ୟୁନିଟସ ରକ୍ତ ସଂଗ୍ରହ କରାଯାଇଅଛି।

Advertisement