Friday, September 18, 2026
ADVERTISEMENT
Home ଜିଲ୍ଲା ଅସହାୟ ଦାମ୍ପନ୍ତିଙ୍କୁ ଲାଇବ୍ରେସନର ସହାୟତା

ଅସହାୟ ଦାମ୍ପନ୍ତିଙ୍କୁ ଲାଇବ୍ରେସନର ସହାୟତା

190
ADVERTISEMENT

ବଲାଙ୍ଗୀର,୧୫/୭(ସୁନୀଲ ତ୍ରିପାଠୀ ): ତଳିଉଡ଼ାର ଗ୍ରାମର ବୃଦ୍ଧ ଦମ୍ପତି କିଶୋରୀ ଦାସ ଏବଂ ତାଙ୍କ ସ୍ୱାମୀ ନିଜ ପୁଅ ଘରୁ ବାରମ୍ବାର ତଡି ଦେବାରୁ ସେମାନେ ବଲାଙ୍ଗୀର ସହରକୁ ଲକଡାଉନ ପୂର୍ବରୁ ଚାଲିଆସିଥିଲେ ଏବଂ ରେଲୱେ ଷ୍ଟେସନ ଛକ ଷ୍ଟଲରେ ଆଗ ଏବଂ ବରଗଛ ତଳେ ଖରା ବର୍ଷା ମାଡ ସହି ଅତି ଦୟନୀୟ ଭାବରେ ଜୀବନ ଯାପନ କରୁଥିଲେ l କିଛିଦିନ ତଳେ ଖବର ପାଇ ଲାଇବ୍ରେସନର ସାଧାରଣ ସମ୍ପାଦିକା ଏବଂ ଲୋକପ୍ରିୟ ସମାଜସେବୀ ଶ୍ରୀମତୀ ସାଗରୀକା ଗୁରୁ ଏବଂ ଚେୟାରମ୍ୟାନ ଶ୍ରୀ ସତ୍ୟ ହୋତା ଖବର ବୁଝିବା ପାଇଁ ସେଠାକୁ ପହଞ୍ଚି ବୃଦ୍ଧାଙ୍କୁ ଗୋଟିଏ ଶାଢ଼ୀ ଦେବା ସହ ସେମାନଙ୍କ ଖାଦ୍ୟପେୟର ବ୍ୟବସ୍ଥା କରିଥିଲେ l ସ୍ୱାସ୍ଥ୍ୟ ପରୀକ୍ଷା କାରାଯାଇ ଔଷଧ ବ୍ୟବସ୍ଥା କରିଥିଲେ ଏବଂ ତାଙ୍କ ଉପଯୁକ୍ତ ଥଇଥାନର ପ୍ରତିଶୃତି ଦେଇଥିଲେ l
ଲାଇବ୍ରେସନର ସାଧାରଣ ସମ୍ପାଦିକା ଶ୍ରୀମତୀ ଗୁରୁ ଏବଂ ସଦସ୍ୟ ନିହାରିକା ମିଶ୍ର ବୃଦ୍ଧ ଦମ୍ପତିଙ୍କୁ ଏକ ଟେମ୍ପୋ ଯୋଗେ ତାଙ୍କ ସମସ୍ତ ସାମାନ ସହ ଆଣି CDMO ଅଫିସ ନିକଟସ୍ଥ ଅମଲା ଭବନରେ ଥଇଥାନ କରିଛନ୍ତି, ରେଲୱେ ଷ୍ଟେସନ ଅଞ୍ଚଳରେ ଲୋକେ ଏହି ସାହାଯ୍ୟ ସହଯୋଗକୁ ବେଶ ପ୍ରଶଂସା କରିଛନ୍ତି l ଏଥିରେ ବିଶିଷ୍ଟ ସମାଜସେବୀ ଶ୍ରୀ ଅସୀମ ପଟ୍ଟନାୟକ ସାହାଯ୍ୟର ହାତ ବଢ଼ାଇ ଅମଲା ଭବନରେ ଦମ୍ପତିଙ୍କ ସବୁଦିନିଆ ଗୃହ ବ୍ୟବସ୍ଥା ନହେଲା ପର୍ଯ୍ୟନ୍ତ ରହିବାକୁ ବ୍ୟବସ୍ଥା କରିଥିଲେ ତେଣୁ ଲାଇବ୍ରେସନ ତରଫରୁ ସମ୍ପାଦିକା ଶ୍ରୀମତୀ ଗୁରୁ ଶ୍ରୀ ପଟ୍ଟନାୟକଙ୍କୁ ଗଭୀର କୃତଜ୍ଞତା ଜ୍ଞାପନ କରିଛନ୍ତି l
ସେମାନଙ୍କୁ କେବଳ ଖାଦ୍ୟପେୟ ବଣ୍ଟନ ନକରି ଯେମିତି ସ୍ୱାବଲମ୍ବୀ ହୋଇ ଜୀବନ କାଟିବେ ସେଥିପାଇଁ ଗୋଟିଏ ଘର ତଥା ଚଳିବା ପାଇଁ ଦୋକାନ କିମ୍ବା ପସରାର ଯୋଗାଡ଼ କରାଯିବ ବୋଲି ମଧ୍ୟ ସୂଚନା ଦେଇଛନ୍ତି ସମ୍ପାଦିକା ଶ୍ରୀମତୀ ଗୁରୁ l

Advertisement