Friday, September 18, 2026
ADVERTISEMENT
Home ଜିଲ୍ଲା ବଲାଙ୍ଗୀର ସହରରୁ ପ୍ରାୟ ପନ୍ଦର କିମି ପରେ ପଡିବ କୁଟେନପାଳି ଏଥିରେ ପୂଜା ପାଉଛନ୍ତି...

ବଲାଙ୍ଗୀର ସହରରୁ ପ୍ରାୟ ପନ୍ଦର କିମି ପରେ ପଡିବ କୁଟେନପାଳି ଏଥିରେ ପୂଜା ପାଉଛନ୍ତି ମା ତାରିଣୀ

427
ADVERTISEMENT

ବଲାଙ୍ଗୀର, ୬ା୭ (ଦେବବ୍ରତ ଗୁରୁ): ବଲାଙ୍ଗୀର ସହରରୁ ପ୍ରାୟ ପନ୍ଦର କିମି ଭାଲେର ଦେଇ ଦଶପୁର ପରେ ପଡିବ କୁଟେନପାଳି ଗାଁ ମୁହଁ ରେ ଅଛି ଗୋଟେ ଡ଼ଙ୍ଗର ପାହାଡ଼ ଉପରକୁ ପ୍ରାୟ ୫୦୦ ମି ଗଲେ ଦେଖିବାକୁ ମିଳିବ ଏକ ମନୋରମ ଦୃଶ୍ୟ ଶାନ୍ତ ପରିବେଶ ସାଙ୍ଗକୁ ନିର୍ମଳ ପବନ. ସତେ ଯେମିତି ଲାଗିବ ଏକ ନିଆରା ଦୁନିଆଁ . ଉପରେ ପୂଜା ପାଉଛନ୍ତି ମା ତାରିଣୀ ଅଧାଭଙ୍ଗା ଗୋଟିଏ କୁଡ଼ିଆ ସେଠି ପୂଜା ପାଉଛନ୍ତି ମା ତରଣୀ , ଜାଣିବାକୁ ଇଚ୍ଛା ହେଲା ଦେବି ଙ୍କ ଉତ୍ପତି ବିଷୟରେ ସେଠି ଦୀର୍ଘ ୫ ବର୍ଷ ହେବ ମାଁ ଙ୍କୁ ପୂଜା କରୁଛନ୍ତି ହରି ବାରିକ ସେ କୁଟେନପାଳି କୁ ଆଜକୁ ୫ ବର୍ଷ ହେଲା ଆସିଛନ୍ତି, ପ୍ରଥମେ ବାବା କଳାହାଣ୍ଡି ରିଷିଡା ତରଣୀ ପୀଠ ରେ ଦେବୀଙ୍କ ସେବା କରୁଥୁଲେ ପରେ ସେଠାରୁ ବାହାରି ଆସି ଏକ ଡ଼ଙ୍ଗା ଯୋଗେ ମାଁ ଙ୍କୁ ସିକୁଅଁl ମନ୍ଦିର ପରେ କୁକେଡ଼ମାଳ ପରେ ମହାଦେବପାଳି, ମହୀମୁଣ୍ଡା ପରେ ବିଲେଇକାନୀ, ଆଦି ମନ୍ଦିର ମାନଙ୍କ ରେ ଦେବିଙ୍କୁ ଦେବଦର୍ଶନ କରାଇ ପହଂଚିଥିଲେ କୁଟେନପାଳି ଗାଁରେ ସେଠାରେ ମାଁ ଙ୍କୁ ରଖି ଦୀର୍ଘ ଏକ ମାସ ପଯ୍ୟନ୍ତ ପାହାଡ଼ ର ଏକ ଗୁମ୍ଫା ରେ ରହିଲା ପରେ ଗାଁ ଲୋକ ଜାଣିବା ପରେ ଏକ କୁଟୀର କରି ମାଁ ଙ୍କ ପୂଜା ଆରମ୍ଭ ହେଲା ପରେ ସେଠାରେ ଚବିଶ ପ୍ରହରୀ ନାମଯଂଜ୍ଞ ଆରମ୍ଭ ହେଲା ହଜାର ହଜାର ଶ୍ରଦ୍ଧାଳୁ ଙ୍କ ସମାଗମ ହୁଏ।
ଏପରି ସ୍ଥାନ କୁ ଥରେ ଗଲେ ମନ ବିମୋହିତ ହୋଇଯାଏ ଫେରିବା କୁ ମନ ହିଁ ଲାଗେନି କିନ୍ତୁ ଏପରି ସ୍ଥାନ ଆଜି ଲୁକାୟିତ ଅବସ୍ଥାରେ,ଏହି ସ୍ଥାନଟି ଦର୍ଶକ ମାନଙ୍କୁ ଆକୃଷ୍ଟ କରେ ,ଏଥିପାଇଁ ଗାଁ ଲୋକଙ୍କ ସହ ବିଗହୁମେନ ଫାଉଣ୍ଡେସନ ର କାର୍ଯ୍ୟ କର୍ତ୍ତା ଆଲୋଚନା ମଧ୍ୟ କରିଛନ୍ତି।

Advertisement