Friday, September 18, 2026
ADVERTISEMENT
Home କନ୍ଧମାଳ ଜିଲ୍ଲା ଓକିଲ ସଂଘ କନ୍ଧମାଳ, ଫୁଲବାଣୀ ତରଫରୁ ସହିଦ ମାନଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ଜିଲ୍ଲା ଓକିଲ ସଂଘ କନ୍ଧମାଳ, ଫୁଲବାଣୀ ତରଫରୁ ସହିଦ ମାନଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

409
ADVERTISEMENT

ଫୁଲବାଣୀ,୨୦-୦୬(ସୁରେଶ କୁମାର ପଣ୍ଡା ): ଓକିଲ ସଂଘ ଫୁଲବାଣୀ, କନ୍ଧମାଳ ପକ୍ଷରୁ କୋର୍ଟ ଆଗରେ ଗତ୧୫ତାରିଖ ରାତିରେ ପୂର୍ବ ଲାଦାଖ ସୀମା ଗଲୱାନ ଉପତ୍ୟକା ରେ ଚାଇନା ସୈନିକ ଙ୍କ ଆକ୍ରମଣ ରେ ଦେଶ ମାତୃକାର ସେବା ପାଇଁ ନିଜ ଜୀବନ କୁ ଉଛର୍ଗ କରି ସହିଦ ହୋଇଥିବା ବୀର ସନ୍ତାନ ମାନଙ୍କୁ ଦୀପ ଜଳାଇ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେବା ସହ ନୀରବ ପାର୍ଥନା କରିଥିଲେ।ଏଥି ସହିତ ଚାଇନା ସାମଗ୍ରୀର ଫୋଟଚିତ୍ର,ଫ୍ଲାଗ ରେ ଅଗ୍ନି ସଂଯୋଗ କରିଥିଲେ।ଏହି କାର୍ଯ୍ୟକ୍ରମରେ ସଙ୍ଘ ସଭାପତି ଚନ୍ଦ୍ର ଶେଖର ମିଶ୍ର ସମ୍ପାଦକ ରମେଶ ଚନ୍ଦ୍ର ମହାନ୍ତି, ବରିଷ୍ଠ ଆଇନଜୀବୀ ଦେଵବ୍ରତ ପ୍ରଧାନ, ଭଗବାନ ମହାନ୍ତି,ହରିଶ୍ଚନ୍ଦ୍ର ମହାରଣା, ଅସୀମ ପ୍ରହରାଜ, ଅଜୟ ସିଂ, ମନୋଜ ପଟ୍ଟନାୟକ,ପ୍ରତାପ ପାତ୍ର, ଅଜିତ ପଟ୍ଟନାୟକ, ସତ୍ୟ ନାରାୟଣ ବେହେରା,ନୋଟାରୀ ବୀରେନ୍ଦ୍ର ସୁବୁଦ୍ଧି ,ପ୍ରଦୀପ୍ତ ରଞ୍ଜନ ନାୟକ,ଦୁର୍ଗା ଶଙ୍କର ପଟ୍ଟନାୟକ ପ୍ରମୂଖ ଉପସ୍ଥିତ ଥିଲେ।

Advertisement