କନ୍ଧମାଳ ୧୩/୦୬ (ସୁରେଶ କୁମାର ପଣ୍ଡା): କରୋନା ଭୁତାଣୁ ମହାମୁକାବିଲା ପାଇଁ ସମଗ୍ର ଦେଶ ଚିନ୍ତାର ବଢ଼ାଉଛି ରାଜ୍ୟ ଓ କେନ୍ଦ୍ର ସରକାର ଦିନ ରାତି ଏକ କରି ଏ ମହାମାରୀକୁ ଲଢ଼େଇ କରିଚାଲିଛନ୍ତି ଲଢେଇ କରିଥିବା ଯୋଦ୍ଧାଙ୍କୁ ଚିତ୍ରାଙ୍କନ ମାଧ୍ୟମରେ ଦେଶର ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି,କେନ୍ଦ୍ର ପେଟ୍ରୋଲିୟ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା,କନ୍ଧମାଳ ସାଂସଦ ଡ଼ ଅଚ୍ୟୁତ ସାମନ୍ତ, କନ୍ଧମାଳ ଜିଲ୍ଲାପାଳଡ଼ ବୃନ୍ଦା ଡ଼ି, ଆରକ୍ଷଣ ଅଧିକାରୀ ପ୍ରତୀକ ସିଂ, ବାଲିଗୁଡ଼ା ଉପଜିଲ୍ଲାପାଳ ଦେବେନ୍ଦ୍ର କୁମାର ନନ୍ଦ, ବାଲିଗୁଡ଼ା ତହସିଲଦାର କ୍ଷିରବ୍ଧ ତନ୍ନୟା ସାହୁ , ବାଲିଗୁଡ଼ା ବିଡ଼ିଓ ନରେଶ ଚନ୍ଦ୍ର ଶବର, ବାଲିଗୁଡ଼ା ଏନଏଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଜୟଦେବ ଷଡ଼ଙ୍ଗୀ,ବାଲିଗୁଡ଼ା ଏନଏଏସି ଅଧ୍ୟକ୍ଷ ଲୋକନାଥ ପାଢ଼ୀ ବନବାସୀ ସେବା ସମିତି ସମ୍ପାଦକ ରବୀନ୍ଦ୍ର ପଣ୍ଡା, ଜନବିକାଶ ସମ୍ପାଦକ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ମାନସ ରଞ୍ଜନ ବାରିକ, ବାଲିଗୁଡ଼ା ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଶାନ୍ତ କୁମାର ବେହେରା, ପ୍ରବେଶନାଲ ଡ଼ିଏସପି ମନୋଜ ପୂଜାରୀ,ୱାରଲେସ ଅଧିକାରୀ ପରିଡ଼ା ସାରଙ୍କୁ ଚିତ୍ରାଙ୍କନ ମାଧ୍ୟମରେ ସମ୍ମାନିତ କରିଛନ୍ତି ଉପଖଣ୍ଡ କଳାକାର ସଂଘ ବାଲିଗୁଡ଼ା, ପରିବାରର ଉପ ସଭାପତି -ଶୁକଦେବ ନାୟକ, ସମ୍ପାଦକ -ରଞ୍ଜିତ କୁମାର ପଣ୍ଡା, ସହ ସମ୍ପାଦକ -ଦେବରାଜ କୈବର୍ତ୍ତ, କୋଷାଧ୍ୟକ୍ଷ -କେଦାର ନାଥ ନାୟକ, ସୁନିଲ କୁମାର ନାୟକ, ଅରୁଣ କୁମାର ନାୟକ ଉପସ୍ଥିତ ଥିଲେ |ଏହି ଚିତ୍ରାଙ୍କନ ବାଲିଗୁଡ଼ା ନୂଆସାହି ଶୁକଦେବ ନାୟକ ପ୍ରସ୍ତୁତ କରିଥିବାରୁ ସମସ୍ତ ଅଧିକାରୀ ଧନ୍ୟବାଦ ଜଣାଇଥିଲେ |


































