Friday, September 18, 2026
ADVERTISEMENT
Home କନ୍ଧମାଳ ଅସଲି କରୋନା ଯୋଦ୍ଧାଙ୍କୁ ଭୁଲିଗଲେ ପ୍ରଶାସନ

ଅସଲି କରୋନା ଯୋଦ୍ଧାଙ୍କୁ ଭୁଲିଗଲେ ପ୍ରଶାସନ

744
ADVERTISEMENT

ବାଲିଗୁଡା,୧୧-୦୬(ସୁରେଶ କୁମାର ପଣ୍ଡା): ସାରା ଦେଶରେ ବିଶ୍ୱମହାମାରୀ କରୋନା କାୟାବିସ୍ତାର କରିଥିବାବେଳେ ଆଗଧାଡିର କରୋନା ଯୋଦ୍ଧା ଡ଼କ୍ଟର ସ୍ୱାସ୍ଥ୍ୟକର୍ମୀ ପୋଲିସ ମିଡ଼ିଆ ବ୍ୟତୀତ ବାଲିଗୁଡା ଅଂଚଳରେ ବହୁ ଯୁବଗୋଷ୍ଠୀ ସାମାଜିକ ଅନୁଷ୍ଠାନ ବିଭିନ୍ନ ରାଜନୈତିକ ଦଳର କର୍ମୀ କୋଭିଡ 19ର ମୁକାବିଲା ପାଇଁ ତନ ମାନ ଧନ ଦେଇ ନିସ୍ଵାର୍ଥପର ଭାବେ କୌଣସି ପାଇବା ଆଶାନକରି ବାଲିଗୁଡାର ଉପାନ୍ତ ଅଞ୍ଚଳରେ ପହଂଚି ଅସହାୟ ଲୋକଙ୍କୁ ଖାଦ୍ୟ ମାସ୍କ ସାନିଟାଇଜର ବଣ୍ଟନ ସହ ଗାଁ ଗାଁ ରେ ସଚେତନତାର ବାର୍ତ୍ତା ବାଣ୍ଟିଥିଲେ l ଜାତି ଧର୍ମ ବର୍ଣ ନିର୍ବିଶେଷରେ ପାତର ଅନ୍ତର ନ କରି ବିପଦ ସମୟରେ ଯଥା ସମ୍ଭବ ସାହାଯ୍ୟ ଓ ସହଯୋଗର ହାତ ବଢ଼ାଇଥିଲେ l

କିଛି ଅନୁଷ୍ଠାନ ମାସ ମାସ ଧରି ମେଡିକାଲ ସମୁଖରେ ଅସହାୟ ଲୋକଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରିବା ସହିତ ମାସ୍କ ସାନିଟାଇଜର ବାଣ୍ଟି ସଚେତନ କରିଥିଲେ କିନ୍ତୁ ବାଲିଗୁଡା ଥାନାର ଆମ ପୋଲିସ ସମିତି ପକ୍ଷରୁ କିଛି ହାତଗଣତି ରାଜନୈତିକ ଦଳୀୟ କର୍ମୀ ଫୋଟ ସ୍ଟୁଡ଼ିଓ ଟେଣ୍ଡ ମାଲିକ ସାଉଣ୍ଡ ରେକଡ଼ିଂ ସ୍ଟୁଡ଼ିଓ ମାଲିକ ଓ ଏନଜିଓ ମାନଙ୍କୁ କରୋନା ଯୋଦ୍ଧା ଭାବରେ ଗତକାଲି ସ୍ୱମର୍ଦ୍ଧନା କରିଛନ୍ତି ଏହା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ କିନ୍ତୁ ଅସଲି ଯୋଦ୍ଧା ମାନଙ୍କୁ ପ୍ରଶାସନ ଭୁଲିଗଲା ବୋଲି ଚର୍ଚ୍ଚା ଜୋର ଧରିଛି l

Advertisement